ପାରିବାରିକ କଳହ ନେଲା ଉଗ୍ର ରୂପ। ସଫା ହୋଇଗଲେ ପୂରା ପରିବାର। ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିଲେ ବାପା। କାଲି ଯାଇଥିଲା ପୁଅ ଓ ଝିଅଙ୍କ ଜୀବନ। ଆଜି ଆଖି ବୁଜିଦେଲେ ବାପା। ଗଜପତି ଜିଲ୍ଲା ପାରଳାସାହି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲା ବୁଲି କରୁଥିବା ଲୋକେ ଦେଖିଥିଲେ। ଗତକାଲି ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହ ଭିତରକୁ ପଶି ଆସିଥିଲା ଅହିରାଜ। ଅହିରାଜଟି ଶ୍ରେଣୀଗୃହରେ ବୁଲୁଥିବା ସ୍କୁଲ କର୍ମଚାରୀ ଦେଖିଥିଲେ।
ଗୋବିନ୍ଦପୁର ପଞ୍ଚାୟତ କଇଠପଦା ଗାଁର ବଗି ଶବର। ବୟସ ପାଖାପାଖି ୭୦ ହେଲାଣି। ୧୦ ବର୍ଷ ପୂର୍ବରୁ ସ୍ୱାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତରେ ରହୁଥିଲେ ବଗି। ସ୍ୱାମୀଙ୍କ ମୃତ୍ୟୁ ପରେ ସେଠାରେ ବିଧବା ଭତ୍ତା ପାଉଥିଲେ।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ । ପଣା ସଂକ୍ରାନ୍ତିରେ ଶିବ ମନ୍ଦିରକୁ ଯାଇଥିବା ବେଳେ ଗୋଡାଇ ଗୋଡାଇ ମାରିଲେ ମହୁମାଛି ।
ରଙ୍ଗ ନମ୍ବରରୁ ହୋଇଗଲା ପ୍ରେମ l ପରେ ବିବାହ, ଆଉ ଏବେ ଦେଢ଼ ବର୍ଷର ଶିଶୁପୁତ୍ର ରହିଛି l ମନୋଜ ଗାଁକୁ ଆସିବା ପରେ ଘର ଖଣ୍ଡିଏ ନାହିଁ l ଜଙ୍ଗଲରୁ କାଠ ବାଉଁଶ ସଂଗ୍ରହ କରି ପରିବାର ମୁଣ୍ଡ ଉପରେ କୁଡିଆଟିଏ ଦେବାକୁ ଚେଷ୍ଟା କରୁଛନ୍ତି ।
ଗଜପତିରେ ୨ କୁନିଝିଅଙ୍କ ମୃତ୍ୟୁ ସହ ବାପ-ଝିଅ ଗୁରୁତର ଘଟଣାର ଅସଲ କାରଣ କ’ଣ? ୨୪ ଘଣ୍ଟା ହୋଇଗଲା, ହଟୁନି ସସପେନ୍ସ। କୁହାଯାଉଛି, ଅଙ୍ଗନବାଡ଼ି ଛତୁଆ ଖାଇବା ପରଠୁ ଗୋଟିଏ ପରିବାରର ଏହି ୪ ସଦସ୍ୟ ଭୋଗିଛନ୍ତି ଦଶା। ଯଦି ଛତୁଆ ବିଷାକ୍ତ ସାଜିଲା, ତେବେ କାହିଁକି? ଅଙ୍ଗନବାଡ଼ିର ସମାନ ଛତୁଆ ଅନ୍ୟମାନେ ବି ଖାଇଛନ୍ତି। କିନ୍ତୁ କାହାର କିଛି ହୋଇନି। ନିର୍ଦ୍ଦିଷ୍ଟ ଏହି ପରିବାରରେ କେମିତି ଘଟିଲା ଅଘଟଣ ? ତାକୁ ନେଇ ଖୋଳତାଡ଼ ଜାରି ରହିଛି। ..
ଅଙ୍ଗନବାଡି ଛତୁଆ ଖାଇ ଗଜପତିରେ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା । ତେବେ ଛତୁଆ ନୁହେଁ, ବରଂ ଦୁଇ ଭଉଣୀ ଅଟା ଓ ବେସନ ମିକ୍ସ ଖାଇଥିଲେ ବୋଲି ସୂଚନା ଦେଲେ ଗଜପତି ଜିଲ୍ଲାପାଳ । ପଢନ୍ତୁ ପୁରା ଖବର
କାରିଗର ପାଖରେ ପଡିଥିବା ମଳିଛିଆ, ଆବୁଡା ଖାବୁଡା ଶିଙ୍ଗକୁ ଦେଖି କେହି ଆଦୌ ବିଶ୍ୱାସ କରିପାରିବେନି ଯେ ଏଇଥିରୁ ଏତେ ସୁନ୍ଦର କଳା ମଚମଚ ଚିକ୍କଣ ଶିଙ୍ଗ କାମ ହେଉଛି ବୋଲି । ଏବେ କିନ୍ତୁ ଶିଙ୍ଗ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍ ମିଳିବାରେ ଅଭାବ ଓ ଆମ ଅବହେଳାରୁ ଏହାର ଚାହିଦା କମି କମି ଆସିଲାଣି । ଆଗାମୀ ପିଢି ପାଇଁ ତାକୁ ବଞ୍ଚାଇ ରଖିବାକୁ ଏଇ ଛୋଟ ପ୍ରୟାସ। ସେ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ।
ଛତୁଆ ଖାଇବାପରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ଏବଂ ଅନ୍ୟ ଜଣଙ୍କ ବୟସ ୬ ବର୍ଷ ବୋଲି ସୂଚନା ମିଳିଛି ।
ବେଆଇନ ଜନ୍ତୁ ଶିକାର ବେଳେ ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ପଢନ୍ତୁ ପୂରା ଖବର
ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
ହାତରେ ଲାଗିଛି ସଲାଇନ.... ଦେହ ଭଲନାହିଁ,... ଗଳା ସଂକ୍ରମଣ ହୋଇଥିବାରୁ ଭଲରେ କଥା ହୋଇପାରୁ ନାହାନ୍ତି। ତଥାପି ସେ ନିଜ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରିନାହାନ୍ତି।
ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।
ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM। ଗଜପତି ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା।
ଓଡ଼ିଶା ମୁହାଁ ଆନ୍ଧ୍ର ବାଘ। ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୁରି ବୁଲୁଛି ମହାବଳ। ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର କରୁଛି। ବନ ବିଭାଗ କ୍ୟାମେରା ଟ୍ରାପରୁ ସ୍ପଷ୍ଟ ହୋଇଛି ମହାବଳର ଉପସ୍ଥିତି। ଏହାକୁ ନେଇ ଛାନିଆରେ ସ୍ଥାନୀୟ ଅଧିବାସୀ।
ଅନାଥ ଝିଅଙ୍କୁ କୋଳାଇ ନେଲେ ସ୍ପେନ୍ଦମ୍ପତି । ଦୁଇ ଝିଅ ଫେରିପାଇଲେ ବାପା-ମା’ । ମିଳିଗଲା ଖୁସିର ପରିବାର । ସ୍ପେନ୍ର ଜଣେ ଦମ୍ପତି ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।
ଆସୁଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସଜେଇ ହେଲାଣି ବିଭିନ୍ନ ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ହାତ ଠାରି ଡାକିବ ଗଜପତି ଜିଲ୍ଲା। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ। ତେବେ ଏହା ପୂର୍ବରୁ ପର୍ଯ୍ୟଟନସ୍ଥଳୀରେ ମଦ ଓ ପ୍ଲାଷ୍ଟିକ୍ ଉପରେ କଟକଣା ଜାରି କରିଛି ଗଜପତି ଜିଲ୍ଲା ପ୍ରଶାସନ…
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା ।
ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିବେ ଗଜପତି।
ସଂସ୍କୃତି, ସାହିତ୍ୟ ସାର୍ ନିଥିବାରୁ ସ୍କୁଲରେ ପଡ଼ିଲା ତାଲା । ଗଜପତି ରାୟଗଡ ବ୍ଲକ ପୁତାର ଗ୍ରାମର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ...
ଭୟଙ୍କର ଭାବରେ ମାତିଲେଣି ଚନ୍ଦନ ତସ୍କର । ବନସମିତି ଜଗିବା ପରେ ବି ଖାଲି କରିଦେଉଛନ୍ତି ଜଙ୍ଗଲ । ପ୍ରଶାସନ କହୁଛି ପାଟ୍ରୋଲିଂ ବଢିବ, ଏପଟେ ଖାଲି ହେଉଛି ଜଙ୍ଗଲ।
ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା ସୁନ୍ଦର ଭାବରେ ଚାଲିଛି । ଆମର ସଂପୂର୍ଣ୍ଣ ବିଶ୍ୱାସ ଅଛି, ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ସୁନ୍ଦର ଭାବରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।
ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।
ଫଳିଲେ ହଇରାଣ, ନହେଲେ ଚିନ୍ତା । ଏତେ ମାତ୍ରାରେ ପଣସ ଫଳିଛି ନେବାକୁ ଲୋକ ନାହାନ୍ତି...ନଷ୍ଟ ହେବା ଭୟରେ କିଲୋକୁ ୧୫ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ