/odishatv-khabar/media/post_attachments/uploadimage/library/16_9/16_9_0/Deadbody_1742007305.jpg)
Deadbody
ହୋଲିରେ ରାଜଧାନୀରେ ଚାଞ୍ଚଲ୍ୟ। ଘର ଭିତରେ ପତିପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୩୦ ବର୍ଷୀୟ କୁମାର ଜିତେନ ଓ ତାଙ୍କ ପତ୍ନୀ। ଜିତେନ ପେଶାରେ ଜଣେ ଡ୍ରାଇଭର ଥିଲା ବୋଲି ଜଣାଯାଇଛି।
ଆଜି ସକାଳେ ଉଭୟଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଥିଲା। ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ପରିବାର ଲୋକେ ପହଞ୍ଚିଲେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯିବ ବୋଲି ଜଣାଯାଇଛି।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ବିଚ୍ ରାସ୍ତାରେ ଫିଙ୍ଗିଦେଲେ !
ମିଳିଥିବା ସୂଚନା ଅନୁସାରେ, ଜିତେନ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ଅଛନ୍ତି। ସେହିପରି ଜିତେନଙ୍କ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ପୂର୍ବରୁ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ବୋଲି ଜଣାଯାଇଛି।
ଚନ୍ଦ୍ରଶେଖରପୁର ଆଇଆଓଇସି କହିଛନ୍ତି, କ’ଣ ପାଇଁ ଏପରି ଘଟଣା ଘଟିଲା ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି। ଘର ଲୋକ ଆସିଲା ପରେ ପ୍ରକୃତ କାରଣ ଜଣାପଡ଼ିବ। ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)