ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଗରେ ନବରଙ୍ଗପୁର ଜିଲ୍ଲାରେ ପରାଜୟର ୩ ବଡ଼ କାରଣ ରଖିଛନ୍ତି ପ୍ରଦୀପ ମାଝୀ ।
ଏହି ଟଙ୍କା ବଣ୍ଟା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାଜନୀତି ଜୋର ଧରିଛି । ପ୍ରଦୀପଙ୍କ ନାଁରେ ନିର୍ବାଚନ କମିଶନରେ ହାଜର ହୋଇଛି ବିଜେପି ।
ପଦ୍ମପୁର ଯିବେ, ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ । ପଦ୍ମପୁର ମଡେଲରେ ଅାଗକୁ ନିର୍ବାଚନ ଲଢ଼ିବୁ କହିଲେ ପ୍ରଦୀପ ମାଝୀ ।
ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ।
ନବରଙ୍ଗପୁରରେ ଆଜି ବିଜେଡିର ବଡ଼ ଆୟୋଜନ। ସେଠି କଂଗ୍ରେସର ପୂର୍ବତନ ହେଭିୱେଟ୍ ନେତା ତାହ ଛାଡ଼ି ଶଙ୍ଖ ଫୁଙ୍କିବେ ବୋଲି ବ୍ୟବସ୍ଥା ଚାଲିଛି।
ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦେବେ।
ଆସନ୍ତାକାଲି ବିଜେଡିରେ ଯୋଗ ଦେବେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ।କାଲି ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଦୀପ ଓ ତାଙ୍କ ସହ ଅନେକ କର୍ମୀ ।
ବିଜେଡିରେ ମିଶିବେ ପ୍ରଦୀପ ମାଝୀ । ଆଉ ଏ କଥା ସେ ନିଜେ ପୂର୍ବରୁ ସ୍ପଷ୍ଟ କରିଥିଲେ ।
କିରେ ନାରଣ ଆରେ ବେଁ ଲମ୍ବ ବ୍ୟାନରଟାରେ ଆମ କଂଗ୍ରେସିଆ ନେତା ସମିତେ ତ ଅଛନ୍ତି। ହେଲେ ଏ ଧଳା କାଗଜ ଟା କାହା ଥୋମୋଣିରେ ଚିପକା ହେଇଛି? କିଛି ବୁଝି ହଉନି ଜମା
ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି ।
କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଦକ୍ଷିଣ ଓଡ଼ିଶାର ଯୁବ ଓ ଦକ୍ଷ ନେତା ଏବଂ ଜାତୀୟ ସ୍ତରରେ ଜଣେ ଟାଣୁଆ ଆଦିବାସୀ ଚେହରା ପ୍ରଦୀପ ।
ପ୍ରଦୀପ ମାଝୀଙ୍କ ବିରୋଧରେ ଆଜି ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା କିନ୍ତୁ ତା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଭଳି ସାଂଘାତିକ କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ।
ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝି କଂଗ୍ରେସ ଛାଡ଼ିଛନ୍ତି। ସେ ଫେଲ୍ ମାରି ବୁଲୁଛନ୍ତି। ସେ ଯେଉଁଥିରେ ହାତ ମାରିଲେ ଫେଲ୍।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି।
କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା।
ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା ନେଇ ପ୍ରଦୀପ ମାଝୀ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।
ପାଖେଇ ଆସୁଛି ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଅଣ୍ଟା ଭିଡ଼ିଥିବା ବେଳେ ବିଜେପି ମଧ୍ୟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେବେ ସମସ୍ତେ ଜାଣନ୍ତି ନିର୍ବାଚନ ଆସିଲେ ନେତାଙ୍କର ଦଳବଦଳୀ ଆରମ୍ଭ ହୁଏ ।
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା…