Advertisment

Road Accident: ଏମିତି ଆସେ ମୃତ୍ୟୁ; ଝିଅ ଘର ସାମ୍ନାରେ ଚାଲିଗଲା ବାପାମା’, ଭାଇର ଜୀବନ

ଆଜି ସକାଳେ ବାପାମା’ ଓ ପୁଅ ଏକ ବାଇକ୍‌ରେ ଝିଅ ଘରକୁ ବାହାରି ଥିଲେ। ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ। ଏଥିପାଇଁ ସମସ୍ତେ ଖୁସିରେ ଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା।

author-image
Tapaswini Nayak
undefined

Accident in odisha

ରଙ୍ଗର ପର୍ବରେ ହୋଲିରେ ଅଘଟଣ। ଶେଷ ହୋଇଗଲା ପୂରା ପରିବାର। ବାପା,ମା’ ଓ ପୁଅ ଉପରେ ମାଡ଼ି କଲା ଟ୍ରକ୍। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଏନଏଚ୍ ୨୦ ଦୋଳିତା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ସାନନଈ ଗାଁର ବାପା ଐବନ ପ୍ରଧାନ, ମା’ ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ।

Advertisment

ଆଜି ସକାଳେ ବାପାମା’ ଓ ପୁଅ ଏକ ବାଇକ୍‌ରେ ଝିଅ ଘରକୁ ବାହାରି ଥିଲେ। ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ। ଏଥିପାଇଁ ସମସ୍ତେ ମନରେ ଥିଲା ଖୁସି। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା।

ଅଧିକ ପଢ଼ନ୍ତୁ: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼

ଭଉଣୀ ଘର ନିକଟରେ ପହଞ୍ଚି ସାରିଥିବା ବେଳେ ଏକ ଟ୍ରକ୍ ସେମାନଙ୍କ ବାଇକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଐବନଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ମଥାମଣି ଓ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଥିଲା।

Advertisment

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଦୋଳିତା ଛକରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ୩ଜଣଙ୍କ ମୃତ୍ୟୁଙ୍କ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

ଅଧିକ ପଢ଼ନ୍ତୁ: ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣା

Road Accident Kendujhar
Advertisment
Advertisment