Advertisment

Vastu Tips: ଉତ୍ତର ନା ଦକ୍ଷିଣ, ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ?

କେବେ ବି ଘରର ଦକ୍ଷିଣ କୋଣରେ ଜଳୁଥିବା ଦୀପକୁ ରଖନ୍ତୁ ନାହିଁ। ଏହା ବହୁ ସମସ୍ୟାର ଆରମ୍ଭ ବୋଲି ଜାଣି ରଖନ୍ତୁ। କାରଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗର ସମ୍ପର୍କ ଯମ ରାଜଙ୍କ ସହ ରହିଛି। ତେଣୁ ଘରର ଦକ୍ଷିଣ କୋଣରେ କେବେ ବି ଜଳୁଥିବା ଦୀପ ରଖନ୍ତୁ ନାହିଁ ବା ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vastu tips

Vastu tips

ଘରେ ଦୀପ ଜାଳିବାକୁ ଖୁବ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି। ଘରେ ପଜିଟିଭ ଏନର୍ଜୀ ଖେଳି ଯାଇଥାଏ।

Advertisment

ମାତ୍ର ଘରେ ଦୀପ ଜାଳିବା ପୂର୍ବରୁ କିଛି ନିୟମ ମାନି ରଖନ୍ତୁ। କାରଣ ଘରର ଯେକୌଣସି କୋଣରେ ଦୀପ ଜାଳିଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳି ନ ଥାଏ। ଏହାଦ୍ୱାରା ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଘରୁ ସୁଖ ଶାନ୍ତି ହଜିଯିବା ସହ ପରିବାରରରେ ସବୁବେଳେ ଅଶାନ୍ତି ଲାଗି ରୁହେ। ତେଣୁ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ ?

ଅଧିକ ପଢ଼ନ୍ତୁ: ତୁଳସୀ ଗଛ ପାଖରେ ରଖୁଛନ୍ତି କି ଏହି ଜିନିଷ… ସାବଧାନ! ହୋଇଯିବେ କାଙ୍ଗାଳ…

Advertisment

କେବେ ବି ଘରର ଦକ୍ଷିଣ କୋଣରେ ଜଳୁଥିବା ଦୀପକୁ ରଖନ୍ତୁ ନାହିଁ। ଏହା ବହୁ ସମସ୍ୟାର ଆରମ୍ଭ ବୋଲି ଜାଣି ରଖନ୍ତୁ। କାରଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗର ସମ୍ପର୍କ ଯମ ରାଜଙ୍କ ସହ ରହିଛି। ତେଣୁ ଘରର ଦକ୍ଷିଣ କୋଣରେ କେବେ ବି ଜଳୁଥିବା ଦୀପ ରଖନ୍ତୁ ନାହିଁ ବା ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ ନାହିଁ।

ସବୁବେଳେ ଘରର ଉତ୍ତର ଦିଗରେ ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ। କାରଣ ଏହି ଦିଗର ସମ୍ବନ୍ଧ ଧନ ଦେବତା କୁବେରଙ୍କ ସହ ରହିଛି। ଏହାଦ୍ୱାରା ଆପଣଙ୍କୁ କେବେ ଅର୍ଥର ସଙ୍କଟ ଅନୁଭବ ହେବନି। ଘରେ ସବୁବେଳେ ସୁଖଶାନ୍ତି ବିରାଜମାନ ରହିବ ।

ଅଧିକ ପଢ଼ନ୍ତୁ: ଭୁଲ୍ ଜାଗାରେ ପାଇଖାନା ଟାଙ୍କି ନିର୍ମାଣ କରୁଛନ୍ତି କି...ଘରକୁ ଆସିବ ଏହି ଜଟିଳ ସମସ୍ୟା

Vastu Tips
Advertisment
Advertisment