/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742024926.jpg)
poacher killed
ବେଆଇନ ଶିକାର ବେଳେ ଅଘଟଣ । ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ । ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ । ଗତକାଲି ସନ୍ଧ୍ୟାରେ ସେ ପାଖ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ଗୁଳି ଫୁଟି ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ଏମିତି ଆସେ ମୃତ୍ୟୁ; ଝିଅ ଘର ସାମ୍ନାରେ ଚାଲିଗଲା ବାପାମା’, ଭାଇର ଜୀବନ
ହରିଶ୍ଚନ୍ଦ୍ର ଗତ ଦୁଇ ମାସ ହେଲା କୁଙ୍କୁଣି ପଦାସାହି ଗାଁରେ ରହି ଖଜୁରୀ ତାଡ଼ି କାଟୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ହରିଶ୍ଚନ୍ଦ୍ରଙ୍କ ସମେତ ଗାଁର କିଛି ଲୋକ ଗାଁ ନିକଟସ୍ଥ ଜଙ୍ଗଲକୁ ଦେଶୀ ବନ୍ଧୁକ ନେଇ ଶିକାର କରିବା ପାଇଁ ଯାଇଥିଲେ । ହେଲେ ଅସାବଧାନତା ବଶତଃ ନିଜ ବନ୍ଧୁକରୁ ଗୁଳି ଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ପାହାଡ଼ ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ବେଳେ ଘଟଣାସ୍ଥଳରେ ଦେଶୀ ବନ୍ଧୁକ ଓ ଗୁଳିବାରୁଦ ବି ପଡ଼ି ରହିଛି ।
ତେବେ ପ୍ରକୃତରେ ନିଜ ବନ୍ଧୁକରୁ ଗୁଳି ଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ମୃତ ହରିଶ୍ଚନ୍ଦ୍ରଙ୍କ ସାଙ୍ଗରେ ଶିକାର କରିବାକୁ ଯାଇଥିବା ଦୁଇ ଜଣ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)