Advertisment

Husband Killed Wife: ସ୍ତ୍ରୀକୁ ହତ୍ୟା କଲା; ମୃତଦେହ ପାଖରେ ବସି କାନ୍ଦିଲା

ଚରଣ ଭକ୍ତା ଓରଫ ଫତଲୁ ୬ବର୍ଷ ପୂର୍ବେ ସବିତାଙ୍କୁ ପ୍ରେମ ବିବାହ କରିଥିଲା। ଗତକାଲି କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପରିବାର ଲୋକେ ଉଭୟଙ୍କୁ ବୁଝାସୁଝା କରିଥିଲେ। ପରିବାର  ଲୋକଙ୍କ କଥା ଶୁଣିଥିଲେ। ଆଉ କେହି କାହା ସହିତ ଝଗଡ଼ା କରିନଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ରାଗ ଆଗରେ ଫିକା ପଡିଗଲା ସମ୍ପର୍କ। ସାତ ଜନ୍ମ ପାଇଁ ସାଥୀ କରିଥିବା ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ସାମାନ୍ୟ କଥାକୁ ନେଇ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ଭୁଲିଗଲା ହିତାହିତ ଜ୍ଞାନ। ଘଟାଇଲା ବୀଭତ୍ସକାଣ୍ଡ। ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା। ଖାଲି ସେତିକି ନୁହେଁ ରାତି ସାରା ସ୍ତ୍ରୀର ଶବକୁ ଜଗି ରହିଲା।

Advertisment

ନିଜ ଦୋଷକୁ ଲୁଚାଇବା ପାଇଁ ସ୍ତ୍ରୀର ମୃତଦେହ ପାଖରେ ଭୋ ଭୋ  ହୋଇ କାନ୍ଦିଲା। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟାଙ୍ଗଶୋଳ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ।  ମୃତ ମହିଳା ଜଣଙ୍କ ହେଲେ ସବିତା ଭକ୍ତା। ପୋଲିସ ଅଭିଯୁକ୍ତ ସ୍ୱାମୀ ଚରଣ ଭକ୍ତାକୁ ଅଟକ ରଖିଛି।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା

Advertisment

ଚରଣ ଭକ୍ତା ଓରଫ ଫତଲୁ ୬ବର୍ଷ ପୂର୍ବେ ସବିତାଙ୍କୁ ପ୍ରେମ ବିବାହ କରିଥିଲା। ଗତକାଲି କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପରିବାର ଲୋକେ ଉଭୟଙ୍କୁ ବୁଝାସୁଝା କରିଥିଲେ। ପରିବାର  ଲୋକଙ୍କ କଥା ଶୁଣିଥିଲେ। ଆଉ କେହି କାହା ସହିତ ଝଗଡ଼ା କରିନଥିଲେ।   

ହେଲେ ପୁଣି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ସ୍ୱାମୀର ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ଏକ କାଠ ଫାଳିଆ ଆଣି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା। ପରେ ରାତି ସାରା ସ୍ତ୍ରୀର ମୃତଦେହ ନିକଟରେ ଜଗି ରହିଥିଲା।

ଆଜି ସକାଳେ ସ୍ତ୍ରୀର ମୃତଦେହ ପାଖରେ  ସ୍ୱାମୀ କାନ୍ଦୁଥିବା ପାଖ ପଡ଼ୋଶୀ ଦେଖିଥିଲେ। ଗ୍ରାମବାସୀ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ। ଚାନ୍ଦୁଆ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି   ଓ ଏଥିସହ  ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି। ସବିତା ଓ ଭକ୍ତଙ୍କର  ପାଞ୍ଚ ବର୍ଷ ଏବଂ ଦେଢ଼ ବର୍ଷର ୨ଟି ଛୁଆ ଥିବା ଜଣାଯାଇଛି। 

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ଛଦ୍ମବେଶରେ ବୁଲୁଥିଲା; ୧୨ ବର୍ଷ ପରେ ବାନ୍ଧିଲା ପୋଲିସ

Murder Mayurbhanj
Advertisment
Advertisment