• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ମାର୍ଚ୍ଚ ମାସରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । କାଲିଠୁ ଆଜି ଅନୁଭୂତ ହେଉଛି ଅଧିକ ତାତି । ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗଲାକାଲି ଅପେକ୍ଷା ଆଜି ତାପମାତ୍ରା ବଢିଛି । 

ରାଜ୍ୟରେ ମଧ୍ୟ ଉପରମୁହାଁ ହେଉଛି ପାରଦ । କାଲିଠୁ ଆଜି ଆହୁରି ଜାଳିବ ତାତି । ଆଜିଠୁ ୩ ଦିନ ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଟପିପାରେ ।

ଆଜି ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ସିଭିୟର ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ହୋଇଛି । ସେହିପରି ସୁନ୍ଦରଗଡ଼, ଅନୁଗୋଳ, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୯ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ଆସନ୍ତାକାଲି ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି । କାଲି ପାଇଁ ହିଟୱେଭ୍ ନେଇ ୩ ଜିଲ୍ଲାକୁ ରେଡ୍, ୪ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଅପରପକ୍ଷେ ୧୭ ତାରିଖ ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Heat And Wave In Odisha
ରାଜ୍ୟରେ ମଧ୍ୟ ଉପରମୁହାଁ ହେଉଛି ପାରଦ 

ସୂଚନାଯୋଗ୍ୟ ଗତକାଲି ରାଜ୍ୟର ୩ଟି ସହରରେ ୪୦ ଡିଗ୍ରୀ ଟପିଥିଲା ପାରଦ । ୪୧.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ସମ୍ବଲପୁର ୪୦.୩, ହୀରାକୁଦ ୪୦.୧ ଏବଂ ଭୁବନେଶ୍ବର ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ନିଆଁ ବର୍ଷା! ରାଜଧାନୀର ତାତି ୩୫ ଡିଗ୍ରୀ ପାର୍‌ କଲା

OTV is now on Whatsapp

Join and get latest news update delivered to you via whatsapp

Join Now