Advertisment

Restrictions: ହୋଲିରେ କଟକଣା; ଦିନ ଗୋଟାଏ ସୁଦ୍ଧା ସାର ରଙ୍ଗ ଖେଳ

ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।...

author-image
Tapaswini Nayak
Holi

Holi

ଆଜି ହୋଲି ଖେଳରେ ମାତିବ ସାରା ଓଡ଼ିଶା। ତେବେ ଦିନ ଗୋଟାଏ ସୁଦ୍ଧା ସାର ହୋଲି ଖେଳ ସାରିବାକୁ ଅପିଲ କରିଛନ୍ତି କଟକ ଡିସିପି।

Advertisment

ସେ କହିଛନ୍ତି, କଟକଣା ମାନି ଦିନ ୧୨ଟାରୁ ୧ଟା ଭିତରେ ହୋଲି ଖେଳ ସାରନ୍ତୁ। ହୋଲି ଖେଳିସାରିବା ପରେ ନଦୀ ତୁଠରେ ଗାଧାନ୍ତୁ ନାହିଁ। ଏଥିସହ ମଦ ପିଇ ହୋଲି ନଖେଳିବାକୁ ଏବଂ ବିଶୃଙ୍ଖଳିତ ଆଚରଣ ନକରିବାକୁ ତାଗିଦ କରିଛନ୍ତି ଡିସିପି।

ଡିସିପି ଆହୁରି କହିଛନ୍ତି, ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ। ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ମଦ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆଜି ରଙ୍ଗର ପର୍ବ ହୋଲି; କ’ଣ ରହିଛି ପୌରାଣିକ ଗାଥା

ଅନ୍ୟପକ୍ଷରେ ହୋଲି ପାଇଁ ଟ୍ବିନ ସିଟିରେ ୮ଟି ହଟ୍ ସ୍ପଟ୍ ସ୍ଥାନ ଚିହ୍ନଟ କରିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିଛି ଅଗ୍ନିଶମ ବିଭାଗ। ରାଜ୍ୟର ସବୁ ବ୍ଲକରେ ଅଗ୍ନିଶମ ବିଭାଗ ଅଧିକାରୀ ମୁତୟନ ହେବେ। ସମ୍ବେଦନଶୀଳ ସ୍ଥାନରେ ସ୍ୱତନ୍ତ୍ର ଅଧିକାରୀଙ୍କୁ ମୁତୟନ କରାଯିବ ବୋଲି କହିଛନ୍ତି ଚିଫ୍ ଫାୟାର ଅଫିସର। ଭୁବନେଶ୍ୱରର ବାଙ୍କୁଆଳ, କୁଆଖାଇ, ପୁରୀ କେନାଲ, ବାଲିଅନ୍ତା ସାଇଫନ ଏବଂ କଟକ ଯୋବ୍ରା, ଦେବୀଗଡ଼ା ଓ ବଡ଼ଖାଇରେ ସ୍ୱତନ୍ତ୍ର ଟିମ୍ ମୁତୟନ ହେବେ। ସ୍କୁବା ଡାଇଭର, ପାୱାର ବୋଟ, ଲାଇଫ ଜାକେଟ, ଅଣ୍ଡର ୱାଟର କ୍ୟାମେରା, ପାୱାରଫୁଲ ଲାଇଟ ଆଦି ସହ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ସଜାଗ ରହିବ।

ଅଧିକ ପଢ଼ନ୍ତୁ: ଯାଦବ ହୋଲିରେ ବାଡ଼ି ଖେଳ....ଏକ ନିଆରା ପରମ୍ପରା...

Cuttack Holi Holi Celebration BBSR
Advertisment
Advertisment