ନିଶା କାରବାରକୁ ବିରୋଧ କରିବାକୁ ନେଇ ଗତ ଶୁକ୍ରବାର ରାତିରେ ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିବା ବେଳେ ଆଜି ଉଭୟଙ୍କୁ ଗିରଫ କରିଛି ପୋଲିସ୍।
ଠକମାନେ ଚତୁରତାର ସହ ଖୁଣ୍ଟା ଜଙ୍ଗଲରେ ଏହି ସିମ୍ବକ୍ସ ବ୍ୟବହାର କରୁଥିଲେ। KYC ଓ ସିମ୍କାର୍ଡର ବ୍ଲକ୍ ମେସେଜ ପଠାଇ ସେମାନେ ଲୋକଙ୍କୁ ଠକୁଥିଲେ।
ଫ୍ରି ଫାୟାର୍ ଗେମ୍ ଖେଳୁଥିଲେ ସାବଧାନ୍ !
କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ, ବର୍ଷା
୧୦ଲକ୍ଷ ନିଜ ଟଙ୍କା ଓ ଆଉ ୧୦ ଲକ୍ଷ ଧାର କରିଥିଲେ ବିନୋଦ
ବିଧାୟକଙ୍କୁ କିଏ ଓ କାହିଁକି ହତ୍ୟା ଧମକ ଦେଉଛି ?
ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରାମକ ରୋଗ। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। କାର୍ପି ଭାଇରସ୍ ନାମକ ଏକ ଭୂତାଣୁ ଦ୍ୱାରା ଏହା ବ୍ୟାପି ଥାଏ।
ସ୍କୁଲ କମିଟି ସଭାପତିଙ୍କ ଘର ବାରଣ୍ଡାରେ ପାଠପଢ଼ା ହେଉଛି ।
ଦିନ ୨ଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ରହିଛି ନିର୍ଦ୍ଦେଶ
ସରକାରଙ୍କ ତଥ୍ୟ ଗୋଟେ ଆଉ ଗ୍ରାଉଣ୍ଡ ରିୟଲିଟି ଆଉ ଗୋଟେ। ବନ୍ୟା ସମୟରେ କେଉଁଠି ଖାଦ୍ୟ ପହଞ୍ଚି ନଥିଲା ତ ଆଉ କେଉଁଠି ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଥିବା ନେଇ ଏକାଧିକ ଅଭିଯୋଗ ହୋଇଥିଲା।
ଅଭିନେତା ବାବୁସାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ।
ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ପାଟିରୁ କଣ୍ଟା କାଢ଼ିବା ସହ ତାକୁ କାଣୀ ନଦୀରେ ଛାଡ଼ିଥିଲେ। ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଥିଲା କୁମ୍ଭୀର ଛୁଆ।
ସିମ୍ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି।
ଆଜି ବର୍ଷା ସମ୍ଭାବନା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହିସବୁ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ପୁରୀ ପ୍ରଶାସନ କହିଲା କରାଯିବ ସ୍ଥାୟୀ ପ୍ରତିକାର ।
ଥାନାରେ ଭଙ୍ଗାରୁଜା, ପୋଲିସ କର୍ମଚାରୀ ଲହୁଲୁହାଣ । ଗଂଜେଇ ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ ।
ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।
୨୦୨୪ରେ ଓଡ଼ିଶାରେ ବିଜେପି ସରକାର ପାଇଁ କସରତ । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷିଣ ଶିବିର ।
ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍ଟି, ସେବାକର ଓ ଡେଭଲପ୍ମେଣ୍ଟ୍ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା।
ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି।
ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍ ସ୍କୁଟି ସୋରୁମ୍ରେ ଲାଗିଥିଲା ନିଆଁ ।
ଅଶ୍ୱଜିତଙ୍କ ଗିରଫକୁ ନେଇ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ଗୁହାରି, ଦରଖାସ୍ତ ଦେଇ ଦେଇ ଶୁଣିଲାନି ପ୍ରଶାସନ। ଏକାଠି ହେଲେ ଗାଁ ଲୋକେ, କାଠକୁ ଶିଆଳି ଲଟାରେ ବାନ୍ଧି ତିଆରି କଲେ ପୋଲ। ବିନା ସିମେଣ୍ଟ ଖୁଣ୍ଟରେ ତିଆରି ହେଲା ପୋଲ। ଲୋକେ କହିଲେ, ଏ ସରକାର ଥିବା ପର୍ଯ୍ୟନ୍ତ ପୋଲ ହେବନି।
ଘରେ ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ ନରେନ୍ଦ୍ର ନାୟକ । ସେ ଚାଲିଯିବା ପରେ ମୁଣ୍ଡ ଉପରେ ଛାତ ନାହିଁ କି ପେଟକୁ ଦାନା ନାହିଁ ।