• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟଙ୍କା ବୁଡ଼ିଯିବାରୁ ଜୀବନ ହାରିଲେ ଯୁବକ । ସାଏବର ଫ୍ରଡର ଶିକାର ହେବା ପରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସିନ୍ଧେଇକେଲା ଥାନା ଗନ୍ଧର୍ଲା ଗାଁରେ । ମୃତ ଯୁବକଙ୍କ ନାଁ ବିନୋନ କୁମାର ଯାଦବ ।

ଅଭିଯୋଗ ଅନୁସାରେ ସେୟାର ମାର୍କେଟରେ ଟଙ୍କା ଲଗାଇଲେ ଡବଲ ପାଇବା ଆଶାରେ ଦିଲ୍ଲୀର ଓମ୍ ପ୍ରକାଶ ନାମକ ଯୁବକ ବିନୋଦଙ୍କୁ ପ୍ରବର୍ତ୍ତାଇ ଥିଲେ । ଓମ ପ୍ରକାଶଙ୍କୁ ବିନୋଦ ୨୦ ଲକ୍ଷ ଟଙ୍କା ଦେଇଥିଲେ । ନିଜେ ରଖିଥିବା ୧୦ ଲକ୍ଷ ଟଙ୍କା ସହ ଆଉ ୧୦ ଲକ୍ଷ ଧାର କରି ଦେଇଥିଲେ । ହେଲେ କିଛି ଦିନ ପରେ ମୂଳ ଟଙ୍କା ନପାଇବାରୁ ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ ।

ଏଥିପାଇଁ ଗତକାଲି ବିଷ ପିଇଦେଇଥିଲେ ବିନୋଦ । ତାଙ୍କୁ ବଲାଙ୍ଗିର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା, କିନ୍ତୁ ଗତକାଲି ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।