/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663145417.jpg)
tragic story
ଟଙ୍କା ବୁଡ଼ିଯିବାରୁ ଜୀବନ ହାରିଲେ ଯୁବକ । ସାଏବର ଫ୍ରଡର ଶିକାର ହେବା ପରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସିନ୍ଧେଇକେଲା ଥାନା ଗନ୍ଧର୍ଲା ଗାଁରେ । ମୃତ ଯୁବକଙ୍କ ନାଁ ବିନୋନ କୁମାର ଯାଦବ ।
Advertisment
ଅଭିଯୋଗ ଅନୁସାରେ ସେୟାର ମାର୍କେଟରେ ଟଙ୍କା ଲଗାଇଲେ ଡବଲ ପାଇବା ଆଶାରେ ଦିଲ୍ଲୀର ଓମ୍ ପ୍ରକାଶ ନାମକ ଯୁବକ ବିନୋଦଙ୍କୁ ପ୍ରବର୍ତ୍ତାଇ ଥିଲେ । ଓମ ପ୍ରକାଶଙ୍କୁ ବିନୋଦ ୨୦ ଲକ୍ଷ ଟଙ୍କା ଦେଇଥିଲେ । ନିଜେ ରଖିଥିବା ୧୦ ଲକ୍ଷ ଟଙ୍କା ସହ ଆଉ ୧୦ ଲକ୍ଷ ଧାର କରି ଦେଇଥିଲେ । ହେଲେ କିଛି ଦିନ ପରେ ମୂଳ ଟଙ୍କା ନପାଇବାରୁ ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ ।
ଏଥିପାଇଁ ଗତକାଲି ବିଷ ପିଇଦେଇଥିଲେ ବିନୋଦ । ତାଙ୍କୁ ବଲାଙ୍ଗିର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା, କିନ୍ତୁ ଗତକାଲି ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)