Advertisment

ବସ ଯାତ୍ରୀଙ୍କ ଠାରୁ ଜବତ ହେଲା ୩୩ ଲକ୍ଷରୁ ଅଧିକ ଟଙ୍କା

ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍‌ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି।

author-image
Pramod Behera
ଅଦ୍ୟତନ ହୋଇଛି
undefined

Lots of money found from bus passenger

ଗଦା ଗଦା ନୋଟ୍। ପାଞ୍ଚ ଶହଠୁ ଆରମ୍ଭ କରି ଶହେ ଟଙ୍କିଆ ନୋଟର ଗଦା। ମଣିଷ ଏହାକୁ ଗଣିପାରୁ ନଥିବାରୁ ମେସିନ୍ ଲଗାଇ ଗଣୁଛନ୍ତି ଅବକାରୀ କର୍ମଚାରୀ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହଁ, ନଗଦ ୩୩ ଲକ୍ଷରୁ ଅଧିକ ଟଙ୍କା ମିଳିଛି। ଏହି ବିପୁଳ ନୋଟ୍ ମିଳିଛି ବ୍ରହ୍ମପୁରରୁ କଟକ ଅଭିମୁଖେ ଏକ ଘରୋଇ ବସ୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ। ତାଙ୍କ ଠାରୁ ଏହି ପୁଳା ପୁଳା ନୋଟ୍ ପୂରା ଫିଲ୍ମି ଷ୍ଟାଇଲ୍‌ରେ ମିଳିଛି।

Advertisment

ସୂଚନା ମୁତାବକ ଗଂଜେଇ ସମେତ ମାଦକଦ୍ରବ୍ୟ ଚୋରାଚାଲାଣକୁ ରୋକିବା ପାଇଁ ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ନିକଟରେ ଚାଲିଥିଲା ଧରପଗଡ଼। ସେହି ସମୟରେ ଏହି ବାବୁଙ୍କ ଏକ ନୀଳରଙ୍ଗର ଏୟାରବ୍ୟାଗ୍‌ରୁ ବାହାରିଲା ବଣ୍ଡଲ ବଣ୍ଡଲ୍ ନୋଟ୍। ଏହାକୁ ଗଣିବା ପରେ ମୋଟ ପରିମାଣ ୩୩ ଲକ୍ଷ ୭୬ ହଜାର ପାଞ୍ଚ ଶହ ଟଙ୍କା ହୋଇଛି। ତେବେ କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? କେଉଁଠୁ ଆଣିଲେ ଏହି ଟଙ୍କା? ସେନେଇ ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ତନାଘନା ଜାରି ରଖିଛି ଅବକାରୀ ବିଭାଗ। ପୋଲିସ ମଧ୍ୟ ଘଟଣା ପଛର ସତ ଖୋଜୁଛି।

ପ୍ରଶ୍ନ ଉଠୁଛି ରାଜ୍ୟର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର, ଏବେ ବନିଗଲାଣି କି ଚୋରାଚାଲାଣକାରୀଙ୍କ ଭୂସ୍ୱର୍ଗ? କାରଣ ଏଭଳି ଧରପଗଡ଼ ଏବଂ ପୁଳା ପୁଳା ଟଙ୍କା ମିଳିବା ଘଟଣା ବ୍ରହ୍ମପୁର ରେ ନୂଆ ନୁହେଁ। ସେଦିନ ଥିଲା ୯ ଅଗଷ୍ଟ, ୨୦୨୨। ଠିକ୍ ସେହି ଲାଞ୍ଜିପଲ୍ଲୀ ବାଇପାସ୍‌ରେ ଯାତ୍ରୀବାହୀ ବସ୍ ଭିତରେ ଗଂଜେଇ ଖୋଜୁ ଖୋଜୁ ଧରାପଡ଼ିଥିଲା ୧ କୋଟି ୨୨ ଲକ୍ଷ ଟଙ୍କା। ବ୍ରହ୍ମପୁରର ଏକ ସୁନା ଦୋକାନୀଙ୍କୁ ୨୩ଟି ସୁନା ବିସ୍କୁଟ୍ ବିକ୍ରି କରି ଏହି ଟଙ୍କାକୁ ଧରି ବସ୍‌ରେ ଯାଉଥିଲେ ଦଶରଥ ସାହୁକାର। ଏହାର ଖୁଲାସା କରିଥିଲା ପୋଲିସ୍।

Advertisment

ଏହାପୂର୍ବରୁ ଗତ ମାର୍ଚ୍ଚ ମାସରେ ବଡ଼ବଜାର ସୁବୁଦ୍ଧି ଜୁଏଲର୍ସରେ ରେଡ୍ କରି ଜିଏସ୍‌ଟି ଠକେଇ ଅଭିଯୋଗରେ ୩୦ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା। ଏଭଳି ଏକାଧିକ ସ୍ଥାନରେ ପୋଲିସ୍, ଆୟକର ଏବଂ ଜିଏସ୍‌ଟି ବିଭାଗ ରେଡ୍ କରି ଜିଏସ୍‌ଟି ଠକେଇଠୁ ଆରମ୍ଭ କରି ସୁନା ରୂପା ସ୍ମଗ୍ଲିଂର ପର୍ଦ୍ଦାଫାସ ହୋଇଛି। ଏଭଳି ବେଆଇନ କାରବାର ଓ ଅସାମାଜିକଙ୍କ ପ୍ରାଦୁର୍ଭାବକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିବାବେଳେ ଏସ୍‌ପି କହିଛନ୍ତି ଆଗକୁ ଏଭଳି ଅପରେସନ୍‌କୁ ଜୋରଦାର କରାଯିବ।

ଆଗକୁ ଆସୁଛି ପାର୍ବଣ। ଏଭଳି ସ୍ଥିତିରେ ଅପରାଧ ଓ ଅପରାଧୀ ଦମନ ଅଭିଯାନକୁ କେତେ ଜୋରଦାର କରୁଛି ପୋଲିସ ଏବଂ କେତେ ଅପରାଧୀ ମୁକ୍ତ ହେଉଛି ରେଶମ ସହର, ତାକୁ ଦେଖିବା ବାକି ରହିଲା।

(ରିପୋର୍ଟ : ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା)

Money Seized
Advertisment
Advertisment