Advertisment

ମାଛ ପାଇଁ ବନିଶୀ କଣ୍ଟା ପକାଇଥିଲେ, ହେଲେ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ

ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ପାଟିରୁ କଣ୍ଟା କାଢ଼ିବା ସହ ତାକୁ କାଣୀ ନଦୀରେ ଛାଡ଼ିଥିଲେ। ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଥିଲା କୁମ୍ଭୀର ଛୁଆ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Catches Baby Crocodile Instead Of Fish

Man Catches Baby Crocodile Instead Of Fish

ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ରମ୍ପା ଗାଁରେ ଗତକାଲି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାଛ ଧରିବା ପାଇଁ ଗାଁ ନିକଟସ୍ଥ ପଗିଡିିଆ ନଦୀରେ କୁନା ମଲ୍ଲିକ ବନିଶୀ କଣ୍ଟା ପକାଇଥିଲେ। ଯେତେବେଳେ ସେ ମାଛ ଧରିବା ପାଇଁ ଯାଇଥିଲେ ମାଛ ବଦଳରେ ବନିଶୀ କଣ୍ଟାରେ ଏକ କୁମ୍ଭୀର ଛୁଆ ଲାଗିଥିବା ଦେଖିବାକୁ ମିଳିଥିଲା। 

Advertisment

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୁନା କୁମ୍ଭୀର ଛୁଆକୁ ଉଦ୍ଧାର କରିବା ସହ ଏସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଯାଜପୁର ରୋଡ୍‌  ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ପାଟିରୁ କଣ୍ଟା କାଢ଼ିବା ସହ ତାକୁ ଦଶରଥପୁର କଁୟାଗୋଲା ସେତୁ ନିକଟରେ କାଣୀ ନଦୀରେ ଛାଡ଼ିଥିଲେ। ତେବେ କୁମ୍ଭୀର ଛୁଆକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। 

Advertisment

Crocodile
Advertisment
Advertisment