/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663085615.jpg)
Police Public Clash
ପୋଲିସ୍ ବନାମ ପବ୍ଲିକ୍ । ଥାନାରେ ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ । ପୋଲିସକୁ ଗୋ଼ଡାଇ ଗୋଡ଼ାଇ ପିଟିଲେ । ଗଜପତି ଜିଲ୍ଲା ଅଡବା ଥାନାରେ ଧଶେଇ ପଶିଲେ ଶହ ଶହ ଲୋକ । ଯାହାକୁ ପାଇଲେ ନିସ୍ତୁକ ପିଟିଲେ । ଲୋକଙ୍କ ଆକ୍ରୋଶରୁ ବଂଚିବାକୁ ଭୟରେ ଲୁଚିଥିଲେ କିଛି ପୋଲିସ କର୍ମୀ ତ ଆଉ କିଛି ହୋଇଥିଲେ ଲହୁଲୁହାଣ । ଉତ୍ତ୍ୟକ୍ତ ଗ୍ରାମବାସୀ ଥାନାରେ ବ୍ୟାପକ ଭଙ୍ଗାରୁଜା ବି କରିଛନ୍ତି । ଚୌକି, ଝରକା କାଚ, ଫୁଲକୁଣ୍ଡ ସବୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । ଲୋକଙ୍କ ଦାବି ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ କରୁ ପୋଲିସ୍ ।
ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଗତକାଲି ଝରଣପୁର ଗାଁର ବିଶ୍ୱନାଥ ଭୂୟାଁଙ୍କୁ ଗିରଫ କରିଥିଲା । ତାଙ୍କଠାରୁ ୨୦୭ କିଲୋଗ୍ରାମ ଗଂଜେଇ ଜବତ ହୋଇଥିବା ପୋଲିସ କହିଛି । ଅନ୍ୟପଟେ ପୋଲିସ ରାତି ଅଧିଆ ଗାଁରେ ପଶି ବିଶ୍ୱନାଥଙ୍କୁ ଜୋର୍ ଜବରଦସ୍ତ ଉଠାଇ ଆଣିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତାର ପ୍ରତିବାଦରେ ଆଜି ୬ ଖଣ୍ଡ ପଂଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଅଡବା ଥାନା ଆଗରେ ଧାରଣା ଦେଇଥିଲେ । ତୁରନ୍ତ ମାମଲା ପ୍ରତ୍ୟାହାର କରିବା ସହ ଗିରଫ ବିଶ୍ୱନାଥଙ୍କୁ ଛାଡିବାକୁ ଦାବି କରିଥିଲେ ।
ଗଜପତି ଜିଲ୍ଲା ରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧକୁ ନେଇ ଅଂଚଳରେ ଉତ୍ତେଜନା ଲାଗି ରହିଛି । ସେପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ବସିଛି ଶାନ୍ତି କମିଟି ବୈଠକ । ଏସ୍ଡିପିଓ, ଅତିରିକ୍ତ ତହସିଲଦାର, ବିଡିଓ ଓ ସ୍ଥାନୀୟ ଜନପ୍ରତିିିନିଧି, ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)