Advertisment

Career Tips: ଆପ୍ରାଇଜାଲ୍ ଫର୍ମରେ ନିଜକୁ କେତେ ଦେବେ ରେଟିଂ… ଜାଣନ୍ତୁ ପ୍ରମୋସନ୍ ପାଇବାର ଟିପ୍ସ

ଫେବୃଆରୀ-ମାର୍ଚ୍ଚ ଭିତରେ ଆପ୍ରାଇଜାଲ୍‌କୁ ନେଇ ବଢିଚାଲେ ଫୁସୁର୍ ଫାସର୍। ସମସ୍ତେ ଆଶା ଆଶଙ୍କାରେ ଥାଆନ୍ତି। ଯଦି ଆପଣ ବି ନିଜ କମ୍ପାନୀର ଇନ୍‌କ୍ରିମେଣ୍ଟ୍ ସାଇକେଲରେ ଅଛନ୍ତି ଏବଂ ଠିକ କାମ ବା ଟାର୍ଗେଟ୍ ପୂରଣ କରି ବସ୍‌ଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରିବା ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
How to get promotion in job

How to get promotion in job

ଫେବୃଆରୀ ଆସିବା ମାତ୍ରେ ଅଫିସ୍‌ମାନଙ୍କରେ ଆରମ୍ଭ ହୋଇଯାଏ ଫୁସୁର୍ ଫାସର୍। ଚଳିତ ବର୍ଷ କାହାର କେତେ ଦରମା ବଢିବ, କାହାର ପ୍ରମୋସନ ହେବ, କିଏ ଇନ୍‌କ୍ରିମେଣ୍ଟରୁ ବଞ୍ଚିତ ହେବ କିମ୍ବା କାହାର କାମ ବିପଦରେ ଅଛି ଏ ସବୁବୁ ନେଇ ଚାଲେ ଆଲୋଚନା।

Advertisment

ଏହିପରି ପ୍ରତ୍ୟେକ ଆଲୋଚନା ଫେବୃଆରୀ-ମାର୍ଚ୍ଚ ଭିତରେ ବଢିଚାଲେ। ସମସ୍ତେ ଆଶା ଆଶଙ୍କାରେ ଥାଆନ୍ତି। ଯଦି ଆପଣ ବି ନିଜ କମ୍ପାନୀର ଇନ୍‌କ୍ରିମେଣ୍ଟ୍ ସାଇକେଲରେ ଅଛନ୍ତି ଏବଂ ଠିକ କାମ ବା ଟାର୍ଗେଟ୍ ପୂରଣ କରି ବସ୍‌ଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରିବା ଜରୁରୀ।

ସମସ୍ତେ ବସ୍‌ଙ୍କ ପ୍ରିୟ ହୋଇପାରିବେ ନାହିଁ। କେହି କେହି ଅଧିକ ପ୍ରିୟ ହୋଇଥାନ୍ତି ତ ଆଉ କେହି କମ। କିଛି କଥାକୁ ଛାଡିଦେଲେ, ଏଥିରେ ସମାନତା କିମ୍ବା ସନ୍ତୁଳନ ଆଶା କରିବା ମଧ୍ୟ ଭୁଲ।

Advertisment

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ତେବେ ପ୍ରାୟ କମ୍ପାନୀରେ ଏବେ ଆପ୍ରାଇଜାଲ୍ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆଜିକାଲି ସମସ୍ତ କର୍ମଚାରୀ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ଚେଷ୍ଟାରେ ବ୍ୟସ୍ତ ଥିବେ। ତେବେ ଶେଷ ମୁହୂର୍ତ୍ତରେ, ବସ୍‌ଙ୍କୁ କାମରେ ପ୍ରଭାବିତ କରିବାକୁ ହେଲେ କିଛି ବିଶେଷ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ଏହା ଦ୍ୱାରା ଆପଣଙ୍କୁ ଫାଇଦା ମିଳିବ।

କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ:

ଏକ ସଂସ୍ଥା କାର୍ଯ୍ୟଦକ୍ଷତା ସମୀକ୍ଷା ଏବଂ ଏହା ଉପରେ କର୍ମଚାରୀଙ୍କ ଚାପ ଉପରେ ଏକ ଅନୁସନ୍ଧାନ ପ୍ରସ୍ତୁତ କରିଛି। ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ କାର୍ଯ୍ୟଦକ୍ଷତା ସମୀକ୍ଷା ସମୟ ପ୍ରାୟ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଚାପଗ୍ରସ୍ତ ହୋଇଥାଏ।

ଏହି ସମୟରେ, ଫ୍ରେଶର୍‌ଙ୍କ ଠାରୁ ଆରମ୍ଭ କରି ମଧ୍ୟମ ସ୍ତରର କର୍ମଚାରୀ ଏବଂ ବରିଷ୍ଠ ମ୍ୟାନେଜରଙ୍କ ପର୍ଯ୍ୟନ୍ତ ସମସ୍ତେ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରନ୍ତି। ବାସ୍ତବରେ, ଉଚ୍ଚ ଆଶା ମଧ୍ୟ ଚାପ ବଢାଇଥାଏ। ତେବେ ଚାପ ନେଇ କିପରି ନିଜର କାମକୁ ସର୍ବୋତ୍ତମ ଉପାୟରେ କରିପାରିବେ ତା’ ଉପରେ ଧ୍ୟାନ ଦେବା ଜରୁରୀ।

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

କିପରି ହୁଏ ଆପ୍ରାଇଜାଲ୍:

ଯଦି ଆପଣ ଭାବୁଛନ୍ତି ଯେ ଆପ୍ରାଇଜାଲ୍ ଏବଂ ଇନ୍‌କ୍ରିମେଣ୍ଟ୍ ସମୟରେ, କେବଳ ୨ କିମ୍ବା ୩ ମାସର କାର୍ଯ୍ୟଦକ୍ଷତା ଉପରେ ରହିବ ଧ୍ୟାନ ଦିଆଯିବ, ତେବେ ଆପଣ ଭୁଲ୍ ଭାବୁଛନ୍ତି। ମ୍ୟାନେଜର ଯିଏ ଆପଣଙ୍କ କାମର ସମୀକ୍ଷା କରନ୍ତି ସେ ୬ ମାସ କିମ୍ବା ୧ ବର୍ଷ ଧରି ଆପଣଙ୍କ କାମ ଉପରେ ନଜର ରଖନ୍ତି। ତେଣୁ ସେ ବହୁ ଆଗରୁ ଆପଣଙ୍କ କାମ, ଆପଣଙ୍କର ସାମର୍ଥ୍ୟ କିମ୍ବା ଆପଣଙ୍କ ରେଟିଂ ସବୁ ସ୍ଥିର କରିସାରିଥାନ୍ତି। ତେଣୁ ବର୍ତ୍ତମାନ ଷ୍ଟ୍ରାଟେଜୀ ପରିବର୍ତ୍ତନ କରି କାମ କରିବାର ଅଛି।

ଆପ୍ରାଇଜାଲ୍ ଷ୍ଟ୍ରାଟେଜୀ:

ଆପ୍ରାଇଜାଲ୍ ପୂର୍ବରୁ, ଆପଣଙ୍କର ଦୁର୍ବଳତାକୁ ବିଶ୍ଳେଷଣ କରନ୍ତୁ ଏବଂ ସେଗୁଡିକର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଏହି ପରିପ୍ରେକ୍ଷୀରେ ଆପଣ ମ୍ୟାନେଜରଙ୍କଠାରୁ ମାର୍ଗଦର୍ଶନ ମଧ୍ୟ ନେଇପାରିବେ।

ଯଦି ଆପଣ ଏକ ଟିମ୍ ଲିଡର୍ ହେବାକୁ ଚାହାଁନ୍ତି, ତେବେ ମ୍ୟାନେଜରଙ୍କୁ ସିଧାସଳଖ କହିବା ପରିବର୍ତ୍ତେ ତାଙ୍କୁ କୁହନ୍ତୁ ଯେ ଆପଣଙ୍କୁ ଟିମ୍ ପରିଚାଳନା କରିବାର ଅଭିଜ୍ଞତା ଦରକାର। ଏହା ମ୍ୟାନେଜରଙ୍କୁ ଜଣାଇଦେବ ଯେ ଆପଣ ଗ୍ରୋଥ୍ ପାଇଁ ପ୍ରସ୍ତୁତ।

ନିଜର ଦୁର୍ବଳତାକୁ ଏକ ସୁଯୋଗରେ ପରିଣତ କରି ଆତ୍ମ-ସଚେତନତା ଏବଂ କ୍ୟାରିୟର ବୃଦ୍ଧି ପାଇଁ ନିଜର ଇଚ୍ଛା ପ୍ରକାଶ କରିବା ମଧ୍ୟ ଏକ ଭଲ ପଦକ୍ଷେପ।

ମ୍ୟାନେଜରଙ୍କ ଠାରୁ ଫିଡ୍‌ବ୍ୟାକ୍:

ଅଧିକାଂଶ ମ୍ୟାନେଜର ଆପ୍ରାଇଜାଲ୍ ସମୀକ୍ଷା ସମୟରେ କର୍ମଚାରୀଙ୍କୁ ଫିଡ୍‌ବ୍ୟାକ୍ ଦିଅନ୍ତି। ଏହାକୁ ସବୁବେଳେ ଏକ ସକାରାତ୍ମକ ଭାବେ ନିଅନ୍ତୁ। ଯଦିବି ସେମାନେ କିଛି ବୁଝାଉଛନ୍ତି ତେବେ ଡିଫେନ୍‌ସିଭ୍ ହୁଅନ୍ତୁ ନାହିଁ। ଯୁକ୍ତିତର୍କ କରିବା ପରିବର୍ତ୍ତେ, ମ୍ୟାନେଜରଙ୍କ ଫିଡ୍‌ବ୍ୟାକ୍‌କୁ ଭଲଭାବେ ଶୁଣନ୍ତୁ ଏବଂ ତାଙ୍କୁ ଆଶ୍ୱାସନା ଦିଅନ୍ତୁ ଯେ ଭବିଷ୍ୟତରେ ଆପଣ ଏହିସବୁ ଜିନିଷକୁ ସୁଧାରିଦେବେ। ଯେଉଁ କର୍ମଚାରୀମାନେ ଫିଡ୍‌ବ୍ୟାକ୍‌କୁ ସକରାତ୍ମକ ଭାବରେ ଗ୍ରହଣ କରନ୍ତି, ପଦୋନ୍ନତିର ଅଧିକ ସମ୍ଭାବନା ଥାଏ।

ନିଜକୁ କେତେ ରେଟିଂ ଦେବେ:

ଆପ୍ରାଇଜାଲ୍ ସାଇକେଲ୍‌ରେ ଏକ ବଡ ପଦକ୍ଷେପ ହେଉଛି ନିଜକୁ ରେଟିଂ ଦେବା। ବାସ୍ତବରେ ନିଜର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବା କଷ୍ଟକର। ସମସ୍ତେ ନିଜକୁ ପର୍‌ଫେକ୍ଟ ଏବଂ ବେଷ୍ଟ୍ ବୋଲି ଭାବନ୍ତି।

  • ଅନେକ କର୍ମଚାରୀ ନିଜକୁ ୫ ଷ୍ଟାର୍ ରେଟିଂ। ତେବେ ନିଜର ପ୍ରଦର୍ଶନ ରେଟିଂରେ ବିନମ୍ର ହେବା ଜରୁରୀ। ଫଳରେ ମ୍ୟାନେଜର୍ ଆପଣଙ୍କୁ ଭଲ ରେଟିଂ ଦେଇପାରନ୍ତି।
  • ଯେଉଁ କର୍ମଚାରୀମାନେ ନିଜକୁ ହାଇରେଟିଂ ଦିଅନ୍ତି ସେମାନେ ପରିଚାଳକଙ୍କ ଉପରେ ଚାପ ବଢାନ୍ତି। ଫଳରେ ପରିଚାଳକ ଏହାକୁ କମ୍ କରିବାକୁ ଚେଷ୍ଟା କରିପାରନ୍ତି।
  • ଯଦି ଆପଣ ନିଜକୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ଏକ ସନ୍ତୁଳିତ ମୂଲ୍ୟାୟନ କରନ୍ତି, ତେବେ ପରିଚାଳକ ଆପଣଙ୍କୁ ଠିକ ବୋଲି ଭାବିବେ। ସେ ବୁଝିଯିବେ ଯେ ଆପଣ ସଠିକ ବିଚାର ରଖିଛନ୍ତି।
  • ଆପଣଙ୍କ ସଫଳତା ପାଇଁ ପୂର୍ଣ୍ଣ ଶ୍ରେୟ ନିଅନ୍ତୁ ନାହିଁ। ମ୍ୟାନେଜର ଏବଂ ଟିମ୍‌କୁ ମଧ୍ୟ କିଛି ଶ୍ରେୟ ଦିଅନ୍ତୁ। ଏହା ଆପଣଙ୍କ ଭାବମୂର୍ତ୍ତିକୁ ସକାରାତ୍ମକ କରିବ। ଏହା ସହିତ ଏକ ଭଲ ଟିମ୍‌ ଲିଡର୍ ହେବାର ଗୁଣ ମଧ୍ୟ ପ୍ରକାଶ କରିବ।

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Job Search Career Tips
Advertisment
Advertisment