• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପୁରା ପରିବାର । କେଉଁଠି ମାଟି ଅତଡା ଖସିଛି ତ କେଉଁଠି ଭଙ୍ଗା କବାଟ । ଯେଉଁଠି ଦେଖିଲେ ସବୁଠି ଘରଦ୍ୱାର ଭାଙ୍ଗିରୁଜି ଛିନଛତ୍ର ହୋଇଯାଇଛି । ଏଭଳି ସ୍ଥିତିରେ ମୁଣ୍ଡ ଗୁଂଜିବାକୁ ପଲିଥିନ ତଳେ ନିଜ ୨ ଛୁଆ ଓ ଶାଶୁଙ୍କ ସହ ଅତି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଗଂଜାମ ଜଗନ୍ନାଥପ୍ରସାଦ କୁଡୁତାଇ ଗାଁର ଗୀତାଞ୍ଜଳି ନାୟକ ।

କିଛି ଦିନ ତଳେ ସ୍ୱାମୀ, ଜ୍ୱରରେ ପଡି ଜୀବନ ହାରିବା ପରେ ଚାରି ପ୍ରାଣୀ ସମ୍ପୂର୍ଣ୍ଣ ରୂପେ ବେସାହାରା । ଘରେ ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ ନରେନ୍ଦ୍ର ନାୟକ । ସେ ଚାଲିଯିବା ପରେ ମୁଣ୍ଡ ଉପରେ ଛାତ ନାହିଁ କି ପେଟକୁ ଦାନା ନାହିଁ । ଏମିତିରେ ଘର ଖଣ୍ଡେ ଯୋଗାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । 

୩୮ ବର୍ଷୀୟ ନରେନ୍ଦ୍ର ନାୟକ ସ୍ତ୍ରୀ ଛୁଆଙ୍କୁ ଧରି ଭୁବନେଶ୍ୱରରେ ଭଡା ନେଇ ଟେଲରିଙ୍ଗ କରୁଥିଲେ । ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ହେଲେ ଗଲା କିଛି ଦିନ ତଳେ ଜ୍ୱରରେ ପଡି ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ସାହି ଭାଇଙ୍କ ସହାୟତାରେ ଶୁଦ୍ଧି କାର୍ଯ୍ୟ ତ ହୋଇଗଲା । ହେଲେ ଏବେ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଛି ।

ଝିଅ ବିଦିଶା, ପୁଅ ଆଦେଶ ପାଠପଢାରେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ସେହପରି ଗୀତାଞ୍ଜଳିଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ଲୋଡିଛନ୍ତି । ଅନ୍ୟପଟେ ରେଡକ୍ରସ ପାଣ୍ଠିରୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ଆବାସ ଯୋଜନାରେ ସାମିଲ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ।