/odishatv-khabar/media/post_attachments/uploadimage/library/16_9/16_9_0/BJP_1663084355.jpg)
BJP
୨୪ରେ ଓଡିଶାରେ ବିଜେପି ସରକାର । ଅମିତ ଶାହଙ୍କ ଏହି ଦୃଢୋକ୍ତି ପରେ ଏବେ ଫୁଲ୍ ଜୋସରେ ବିଜେପି ଶିବିର । ଶାହଙ୍କ ମିଶନ ୧୨୦ ପ୍ଳସ୍ ହାସଲ ପାଇଁ ଆରମ୍ଭ ହୋଇଛି ଗ୍ରାଉଣ୍ଡ ୱାର୍କ । ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ଆଜିଠୁ ପୁରୀ ରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର ।
ପ୍ରଥମ ଦିନରେ ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ସବୁ ଜିଲ୍ଲା ସଭାପତି, ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ପଢିଛନ୍ତି ସଂଗଠନର ପାଠ । କ୍ଲାସ ନେଇଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସଭାପତି ସମୀର ମହାନ୍ତି, ସାଂସଦ ପ୍ରତାପ ଷଡଙ୍ଗୀ ଆଉ ଜାତୀୟ ପ୍ରଶିକ୍ଷଣ ଇନ୍ଚାର୍ଜ ହେମନ୍ତ ଗୋସ୍ୱାମୀ । ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରୟାସ । ସୋସିଆଲ ମିଡିଆ ଷ୍ଟ୍ରାଟେଜିକୁ ଗୁରୁତ୍ୱ ଦେଉଛି ଦଳ । ଆଇଟି ସେଲ୍ଗୁଡିକୁ ଅଧିକ କ୍ରୀୟାଶୀଳ କରିବାକୁ ପ୍ରସ୍ତୁତ ହୋଇଛି ଖସଡା । ଏହାସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ତଳ ସ୍ତର ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କୁ ସଚେତନ କରିବାକୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଶିଖାଯାଉଛି କୌଶଳ । ଏହାସହ କାର୍ଯ୍ୟକର୍ତ୍ତା ଓ ନେତାଙ୍କ ମନରେ ଥିବା ଅନେକ ଦ୍ୱନ୍ଦ୍ୱକୁ ସାମ୍ନା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।
ଆସନ୍ତାକାଲି କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନର ପାଠ ପଢାଇବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ୟୁପି ସଫଳତାର ଫର୍ମୁଲାରେ ଓଡ଼ିଶାରେ କେମିତି ମଜଭୁତ ହେବ ସଂଗଠନ ଓ ସଜାଡି ହେବ ବୁଥ୍ ? ସେନେଇ ରଣନୀତି ବତାଇବେ ଆଉ ଟାସ୍କ ବି ଦେବେ । ଆଉ ଶେଷ ଦିନ ଅର୍ଥାତ ୧୫ ତାରିଖରେ ମନ୍ତ୍ର ଦେବେ ଦଳର ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ । ତେବେ ବିଜେପିର ଏହି ପ୍ରଶିକ୍ଷିଣ ଶିବିର ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ । ଆସନ୍ତା ୨୯ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରଶିକ୍ଷିଣ ଶିବିର ପରେ ୨୪ ପ୍ରସ୍ତୁତିକୁ ଜୋରଦାର କରିବା ଚକ୍କରରେ ରହିଛି ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)