Advertisment

‘କେନ୍ଦୁଝର ମାଟି ଅରିନ୍ଦମଙ୍କ ପରି ଜଣେ ସାହସୀ ପୁଅ ପାଇ ଗର୍ବିତ’

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।

author-image
Pramod Behera
ଅଦ୍ୟତନ ହୋଇଛି
undefined

Tributes to Arindam on his birth place

ସେ ଥିଲେ ସାହସୀ, ନିର୍ଭୀକ ଆଉ ସଚ୍ଚୋଟ ସାମ୍ବାଦିକ। ଓଡ଼ିଶାର ଘରେ ଘରେ ଏକ ପରିଚିତ ଚେହେରା। ସମସ୍ତଙ୍କ ଅତି ଆଦରର ଅରିନ୍ଦମ। ଚାହୁଁ ଚାହୁଁ ବର୍ଷେ ବିତିଗଲାଣି ତାଙ୍କ ଅବର୍ତ୍ତମାନକୁ। ଯେଉଁ କେନ୍ଦୁଝର ମାଟିରୁ ଆସି ସାରା ଓଡ଼ିଶାରେ ନିଜର ସ୍ୱତନ୍ତ୍ର ରିପୋର୍ଟିଂ ଷ୍ଟାଇଲ୍ ପାଇଁ ପରିଚିତ ହୋଇଥିଲେ ଆଜି ସେହି ମାଟି, ଜନ୍ମସ୍ଥାନ ରାଜନଗର ନିକଟ ରାଇକଳା ଗାଁରେ ଆୟୋଜିତ ହୋଇଛି ସ୍ମୃତି ସଭା।

Advertisment

ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ପରିବାର ସଦସ୍ୟ, ଗ୍ରାମବାସୀ, ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଓଟିଭିର ବରିଷ୍ଠ କର୍ମକର୍ତ୍ତା ସାମିଲ ହୋଇ କରିଛନ୍ତି ଅରିନ୍ଦମଙ୍କ ସ୍ମୃତିଚାରଣ। ଜନ୍ମମାଟିରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତିଟିଏ ବି ସ୍ଥାପନ ହୋଇଛି। ଓଟିଭିର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ତାଙ୍କର ନିର୍ଭୀକ ସାମ୍ବାଦିକତାକୁ ମନେପକାଇଛନ୍ତି। କେନ୍ଦୁଝର ମାଟି ଏମିତି ଜଣେ ସାହସୀ ପୁଅ ପାଇ ଗର୍ବିତ ବୋଲି ସେ କହିଛନ୍ତି। ଅରିନ୍ଦମଙ୍କ ସ୍ମୃତିରେ ଏକ ପୁସ୍ତକ ବି ଉନ୍ମୋଚିତ ହୋଇଛି ଯାହାର ନାଁ ରହିଛି ‘ସ୍ମୃତିରେ ଅରିନ୍ଦମ’।

ପ୍ରକାଶଥାଉ ଯେ ୨୪ ସେପ୍ଟେମ୍ବର ୨୦୨୧ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର ପାଇଁ ମୁଣ୍ଡଳୀ ଠାରେ ଆରମ୍ଭ ହୋଇଥିଲା ଓଡ୍ରାଫର ଅପରେସନ୍। ଓଡ୍ରାଫ ଟିମ୍ ସହ ପାୱାର ବୋଟ୍‌ରେ ଯାଇଥିଲେ ବନ୍ୟପ୍ରାଣୀଙ୍କ ଉପରେ ରୁଚି ରଖୁଥିବା ସାହସୀ ଅରିନ୍ଦମ। ହେଲେ ବିଧିର ବିଧାନ ଥିଲା ଅଲଗା। ଜଳସ୍ରୋତ ଓ କରେଣ୍ଟ ମାଡରେ ବୋଟ୍ ଓଲଟି ପଡ଼ିବା ଫଳରେ ବୁଡି ଯାଇ ପ୍ରାଣ ହରାଇଥିଲେ ଅରିନ୍ଦମ। ସେହି ଦୁର୍ଘଟଣାରେ ଜଣେ ଓଡ୍ରାଫ୍‌ କର୍ମଚାରୀ ସୀତାରାମ ମୁର୍ମୁଙ୍କର ବି ମୃତ୍ୟୁ ହୋଇଥିଲା।

Advertisment

ଏହି ଘଟଣା ସେପ୍ଟମ୍ବର ୨୪ ତାରିଖରେ ଘଟିଥିଲେ ବି ତିଥି ଅନୁଯାୟୀ ଆଜି ବର୍ଷେ ପୂରିଛି। ସେଥିପାଇଁ ଆଜିର ଦିନରେ ଏହି ଯୁବ ସାମ୍ବାଦିକଙ୍କ ସାହସିକତାକୁ ମନେପକାଉଛନ୍ତି ସମସ୍ତେ।

ବନ୍ୟା ହେଉ କି ବାତ୍ୟା ଅବା ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଖବର। ସବୁଠି, ସବୁ ପରିସ୍ଥିତିରେ ଅରିନ୍ଦମ ଥିଲେ ଆଗରେ। ସମସ୍ତେ କହୁଥିଲେ ଗ୍ରାଉଣ୍ଡ୍‌ ଜିରୋ ରିପୋର୍ଟର-ଅରିନ୍ଦମ। ଏବେ ଅରିନ୍ଦମ ସିନା ନାହାନ୍ତି ହେଲେ ଆଜି ବି ଲୋକଙ୍କ ସ୍ମୃତିରେ ରହିଛି ତାଙ୍କ ସ୍ୱତନ୍ତ୍ର ରିପୋର୍ଟିଂ ଷ୍ଟାଇଲ୍।

(ରିପୋର୍ଟ : ତେଲକୋଇରୁ ଚିନ୍ମୟ ସାହୁ, କେନ୍ଦୁଝରରୁ ପ୍ରଣୟ ପାଣି)

Tributes Tributes To Arindam Arindam Das’ Death Anniversary
Advertisment
Advertisment