Advertisment

Meat in Temple: ମନ୍ଦିର ଭିତରେ ମାଂସକୁ ନେଇ ହାଇଦ୍ରାବାଦରେ ଉତ୍ତେଜନା, ପୋଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ

ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା। ବୁଧବାର ମନ୍ଦିର ମଧ୍ୟକୁ ଆସିବା ବେଳକୁ ପୂଜକ ପ୍ରଥମେ ଏଭଳି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
shivling

shivling

ହାଇଦ୍ରାବାଦର ଏକ ଶିବ ମନ୍ଦିର ପରିସରରେ ମାଂସ ଟୁକୁଡା ମିଳିବାକୁ ନେଇ ଦେଖା ଦେଇଛି ଉତ୍ତେଜନା। ବୁଧବାର ମନ୍ଦିର ପରିସରରେ ଥିବା ଶିବଲିଙ୍ଗ ନିକଟରୁ ଏକ ମାଂସ ଖଣ୍ଡ ମିଳିଥିଲା। ଏହି ଘଟଣାକୁ ଦେଖି ଭକ୍ତ ମାନେ ଚକିତ ହୋଇ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଭିଡ ନିୟନ୍ତ୍ରଣ କରିଥିଲା।

Advertisment

ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା। ବୁଧବାର ମନ୍ଦିର ମଧ୍ୟକୁ ଆସିବା ବେଳକୁ ପୂଜକ ପ୍ରଥମେ ଏଭଳି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ମନ୍ଦିର ବାହାରେ ଭିଡ ଜମିଥିଲା।

ଅଧିକ ପଢନ୍ତୁ: ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟ୍, ଝାମ୍ପି ନେଲେ ୨ ଲକ୍ଷ ୫୦ ହଜାର ଟଙ୍କା

Advertisment

ହାଇଦ୍ରାବାଦର ଡେପୁଟି କମିଶନର ଚନ୍ଦ୍ର ମୋହନ ଏହି ଘଟଣା ନେଇ ଅଭିଯୋଗ କରାଯାଇଥିବା ସ୍ପଷ୍ଟ କରିଛନ୍ତି। ପ୍ରଥମେ ଅଭିଯୋଗ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦ୍ବାର ବନ୍ଦ ରହିଥିବା କାରଣରୁ କୌଣସି ପଶୁ ପକ୍ଷୀଙ୍କ ଦ୍ବାରା ଏଭଳି ମାଂସ ଆସିଥିବା ସନ୍ଦେହ କରାଯାଉଥିବା ସେ କହିଥିଲେ। ତେବେ ସିସିଟିଭି ଫୁଟେଜର ଯାଞ୍ଚ ଜାରି ରହିଛି। ଫୁଟେଜ ଯାଞ୍ଚ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସି ପାରିବ ବୋଲି ସେ କହିଛନ୍ତି।

ଏହି ଘଟଣାକୁ ନେଇ ବିଜେପିବିଧାୟକ ରାଜା ସିଂ ନିରାଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ହାଇଦ୍ରାବାଦରେ କୌଣସି ହିନ୍ଦୁ ମନ୍ଦିରରେ ଏଭଳି ହେବା ଏକ ସାଧାରଣ ଘଟଣା ପାଲଟି ଯାଇଛି। ପୋଲିସ ସର୍ବଦା ବିଲେଇ, କୁକୁରଙ୍କୁ ଦୋଷ ଦେଇ ଖସି ଯିବାକୁ ପ୍ରୟାସ କରିଥାଏ। ତେଣୁ ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜା ସିଂ।

ଚଳିତ ସପ୍ତାହରେ ଆନ୍ଧ୍ରପ୍ରଦେଶରତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ମାମଲାରେ ମଧ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ମନ୍ଦିର ଭିତରକୁ ମାଂସ ଫୋପାଡିବା ମାମଲାରେ ୨୦୨୪ରେ ମଧ୍ୟପ୍ରଦେଶରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ରତଲାମ ଜିଲ୍ଲାର ଜାଓରା ଅଞ୍ଚଳରେ ଏକ ମନ୍ଦିର ସାମ୍ନାକୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ଗାଈର କଟାମୁଣ୍ଡ ଫିଙ୍ଗିଥିଲେ। ଏହି ମାମଲାରେ ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିବା ସହିତ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା।

ଅଧିକ ପଢନ୍ତୁ: ତିରୁପତି ବାଲାଜୀଙ୍କ ପ୍ରସାଦରେ ମିଶୁଛି କି ପଶୁ ଚର୍ବି ?

Hyderabad Shiva Lingam Red Meat
Advertisment
Advertisment