• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଜପୁର ଧର୍ମଶାଳା ଟ୍ରକ ଚୋରି ଘଟଣାରେ ବିଜେଡି ଯୁବ ନେତା ଗିରଫ । ଯାଜପୁର ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଅଶ୍ୱଜିତ ରାଉତଙ୍କ ସହିତ ଆଉ ୮ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ପାଖରୁ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି ।

ଗତ ୧୧ ତାରିଖରେ ଧର୍ମଶାଳା ଥାନା ଭଡ଼ଙ୍ଗା ପାଖ କ୍ରସରରୁ ଗୋଟିଏ ଟ୍ରକ ଚୋରି ହେବା ପରେ ପୋଲିସ ତଦନ୍ତ କରି ଏକ ରାକେଟର ପର୍ଦ୍ଦାଫାସ କରିଥିଲା । ଏମାନଙ୍କ ମଧ୍ୟରୁ ବଡ଼ଚଣା, ଧର୍ମଶାଳା ଓ ବାଲିଚନ୍ଦ୍ରପୁର ଅଞ୍ଚଳରୁ ୬ ଜଣ ହୋଇଥିବାବେଳେ ବୟିହାର ଓ କୋଲକାତା ଅଞ୍ଚଳରୁ ୩ ଜଣ ଥିବା ଜଣାପଡ଼ିଥିଲା । ଏମାନେ ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରୁ ଟ୍ରକ ଚୋରି କରି ତାକୁ କାଟି ଖଣ୍ଡ ଖଣ୍ଡ କରି କଲିକତାରେ ବିକ୍ରି କରିଥାନ୍ତି । ଏହି ଅଭିଯୁକ୍ତଙ୍କ ଭିତରେ ବଡ଼ଚଣା ଥାନା ସୁଙ୍ଗୁଡା ଅଞ୍ଚଳର ଅଶ୍ୱଜିତ ରାଉତ ଅଛନ୍ତି । ଅଶ୍ୱଜିତଙ୍କ ଗିରଫକୁ ନେଇ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 

OTV is now on Whatsapp

Join and get latest news update delivered to you via whatsapp

Join Now