Advertisment

ଡରାଇଲାଣି ଲମ୍ପି ଭାଇରସ୍‌: ଆଲର୍ଟରେ ଓଡ଼ିଶାର ୧୪ ଜିଲ୍ଲା, ଜାରି ହେଲା ଆଡଭାଇଜରି...

ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରାମକ ରୋଗ। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। କାର୍ପି ଭାଇରସ୍‌ ନାମକ ଏକ ଭୂତାଣୁ ଦ୍ୱାରା ଏହା ବ୍ୟାପି ଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lumpy Skin Disease in Odisha

Odisha Issued Advisory For Lumpy Virus

ମହାମାରୀ କରୋନାର ପ୍ରକୋପ କମିଥିବା ବେଳେ ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି।  ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। କାର୍ପି ଭାଇରସ୍‌ ନାମକ ଏକ ଭୂତାଣୁ ଦ୍ୱାରା ଏହା ବ୍ୟାପି ଥାଏ। ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଗାଈଗୋରୁ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହେବା ପରେ ଓଡ଼ିଶା ଆଲର୍ଟ ଜାରି ହୋଇଛି। ରାଜ୍ୟରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଦିଗରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଆଗୁଆ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। 

Advertisment

ଏହି ଭାଇରସ୍‌କୁ ନେଇ ସତର୍କ ରହିବାକୁ ଓଡ଼ିଶା ର ୧୪ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-  ବାଲେଶ୍ୱର,  ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର,ରାୟଗଡ଼ାଗଞ୍ଜାମ,ଗଜପତି, ନୂଆପଡ଼ାସୁନ୍ଦରଗଡ଼,ବରଗଡ଼,କଳାହାଣ୍ଡି, କୋରାପୁଟ ମାଲକାନଗିରି। ଏହିସବୁ ଜିଲ୍ଲାରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା କରିବାକୁ CDVOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। 

Advertisment

ପ୍ରାଣୀମାନଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ରହୁଥିବା ସ୍ଥାନ କିମ୍ବା ଗୁହାଳକୁ ନିୟମିତ ବିଶୋଧନ କରିବେ। ଯେଉଁଠାରେ ରୋଗ ଦେଖାଯାଉଛି, ପ୍ରଭାବିତ ଗୋମହିଷାଦିଙ୍କୁ ତୁରନ୍ତ ପୃଥକ ରଖିବା ସହ ନିକଟସ୍ଥ ପ୍ରାଣୀଧନ ନିରିକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା CDVOଙ୍କୁ ଖବର ଦେବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ ସଂକ୍ରମିତ ଲାଳ, ସିଂଘାଣି, ରକ୍ତ ଓ ସିଧାସଳଖ ସଂସ୍ପର୍ଶ ଦ୍ୱାରା ଆକ୍ରାନ୍ତ ପ୍ରାଣୀଙ୍କ ଠାରୁ ସୁସ୍ଥ ପଶୁମାନଙ୍କୁ ବ୍ୟାପିଥାଏ। ଏହା ମଶା, ଡାଆଁଶ, ଟିଙ୍କ ଆଦି ରୋଗବାହାକ ମାନଙ୍କ ଦ୍ୱାରା ବ୍ୟାପିଥାଏ। 

ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗର ଲକ୍ଷଣ...

  • ଆକ୍ରାନ୍ତ ଗାଈଗୋରୁଙ୍କର ଶାରୀରିକ ତାପମାତ୍ରା ୧୦୪ରୁ ୧୦୭ ଡିଗ୍ରୀ ଫାରେନହାଇଟ୍‌ ପର୍ଯ୍ୟନ୍ତ ବଢ଼ି ଯାଇଥାଏ
  • ଫଳରେ ସେମାନଙ୍କ ସମଗ୍ର ଶରୀରରେ ଗୋଲ, କଳା ରଙ୍ଗର ଆବୁ ବାହାରିଥାଏ। ଗ୍ରନ୍ଥି ଏବଂ ଶିର ମଧ୍ୟ ଫୁଲି ଯାଇଥାଏ।
  • ଫଳରେ ପ୍ରାଣୀମାନେ ଖାଇବା, ପିଇବା କମାଇ ଦେବା ସହ ଗୋଟିଏ ସ୍ଥାନରେ ଠିଆ ହୋଇକି ରୁହନ୍ତି। ଏହାସହ ଚାଲିବାରେ କଷ୍ଟ ଅନୁଭବ କରିଥାନ୍ତି।
  • ଅତ୍ୟଧିକ ଶାରୀରିକ ତାପମାତ୍ରା ଯୋଗୁ ଗର୍ଭଣୀ ଗାଈମାନଙ୍କ ଗର୍ଭ ନଷ୍ଟ ହୋଇଯାଏ

ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗର ନିରାକରଣ...

  • ଆକ୍ରାନ୍ତ ଗାଈଙ୍କୁ ସୁସ୍ଥ ଗାଈଙ୍କଠାରୁ ଦୂରେଇ ରଖନ୍ତୁ
  • ସୁସ୍ଥ ଗାଈଗୋରୁଙ୍କୁ ଅତି କମ୍‌ରେ ୩ ସପ୍ତାହ ବା ୨୧ ଦିନ କ୍ୱାରେଣ୍ଟିନ୍‌ରେ ରଖନ୍ତୁ
  • ଆକ୍ରାନ୍ତ ପ୍ରାଣୀଙ୍କୁ ଯଥାସମ୍ଭବ ବିଶ୍ରାମ ସହ ଉପଯୁକ୍ତ ପରିମାଣର ଦାନା ଏବଂ ସବୁଜଘାସ ଦିଅନ୍ତୁ
  • ଏହାସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରନ୍ତୁ
Lumpy Virus Lumpy Skin Disease
Advertisment
Advertisment