Advertisment

ସାବଧାନ ! ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ଠକେଇ, ମୋବାଇଲ୍‌କୁ ଆସୁଛି ଫେକ୍‌ ମେସେଜ୍‌...

ସିମ୍‌ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍‌ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SIM box racket in Mayurbhanj

Odisha crime branch unearths SIM box racket

ଓଡ଼ିଶାରେ ପୁଣି ସିମ୍‌ ବକ୍ସ ରାକେଟ୍‌ ସକ୍ରିୟ ହୋଇଛି। ସିମ୍‌ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍‌ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି। ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ରାକେଟ୍‌ KYC ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରି ଆସୁଥିଲେ।

Advertisment

ଟେଲିକମ୍‌ ବିଭାଗର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଏକ ଟିମ୍ ଗଠନ କରି ଚଢ଼ାଉ କରିଥିଲା। ସିମ୍‌ ବକ୍ସ ଏବଂ ପୂର୍ବରୁ ଆକ୍ଟିଭ୍ ହୋଇଥିବା ସିମ୍ ଜରିଆରେ ସାଇବର ଠକେଇ ହେଉଥିବା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ବିହାର ଏବଂ ଓଡ଼ିଶା ରୁ ଏହି ରାକେଟ୍ ପରିଚାଳିତ ହେଉଥିଲା ବୋଲି ସୂଚନା ମିଳିଛି।

କ୍ରାଇମବ୍ରାଞ୍ଚ ଟିମ୍ ମୟୂରଭଞ୍ଜ ଖୁଣ୍ଟାରେ ଲୁଚି ରହିଥିବା ରାକେଟକୁ ଧରିବା ଲାଗି ବେତନଟୀ, ବାରିପଦା ଅଞ୍ଚଳରେ ଚଢଉ କରିଥିଲା। ପ୍ରଥମେ ଜଣେ ଅଭିଯୁକ୍ତକୁ କାବୁ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି। ଅଭିଯୁକ୍ତଙ୍କ ଠାରୁ ବିପୁଳ ପରିମାଣର ସିମ୍ ଏବଂ ସିମ୍‌ ବକ୍ସ ଜବତ ହୋଇଛି। 

Advertisment
Odisha Crime Branch SIM Box Racket SIM Box
Advertisment
Advertisment