ଅକ୍ୟୁପାନ୍ସି ସାର୍ଟିଫିକେଟ୍ ବା ଓସି ନ ଥିବା କାରଣରୁ ରାଜ୍ୟର ପ୍ରାୟ ୯୫ ଭାଗ ପୁରୁଣା କ୍ରେତା ସେମାନଙ୍କ ଆପାର୍ଟମେଣ୍ଟ କିଣାବିକା କରିପାରୁନାହାନ୍ତି। ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଲୋକେ କିଭଳି ସୁବିଧାରେ ଆପାର୍ଟମେଣ୍ଟ ପଞ୍ଜୀକରଣ କରିପାରିବେ ସେ ଦିଗରେ ସରକାର ବିଚାର କରୁଛନ୍ତି ।
ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର । ବାଜିଲା ହାଇକୋର୍ଟଙ୍କ ଛାଟ । ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ଲାଗିଲା ରହିତାଦେଶ ।
ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର। ଏଣିକି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ବା ରେରା କୋର୍ଟର ବିନା ହସ୍ତକ୍ଷେପରେ ଆପୋଷ ବୁଝାମଣାରେ ବି ସେମାନଙ୍କ ମାମଲା ସମାଧାନ ହୋଇପାରିବ। ଏଥିପାଇଁ କନସିଲିଏସନ୍ ଆଣ୍ଡ ଡିସ୍ପ୍ୟୁଟ୍ ରିଜୋଲ୍ୟୁସନ ସେଲ ଗଠନ କରିଛି ରେରା..
ପ୍ରାଧିକରଣର ସବୁ ଆଦେଶକୁ ଫୁ କରି ଉଡ଼ାଉଛନ୍ତି ବିଲଡର୍ । ଜରିମାନା ଅସୁଲିକୁ ଢିଲାରେ ନେଉଛି ପ୍ରଶାସନ । ପିଆଇଏଲ୍ ପରେ ଜବାବ ମାଗିଲେ ହାଇକୋର୍ଟ । ରେରାଠୁ ମୁହଁ ଫେରାଉଛନ୍ତି ଗୃହ କ୍ରେତା ।
ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍ଟି, ସେବାକର ଓ ଡେଭଲପ୍ମେଣ୍ଟ୍ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା।