/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663148522.jpg)
Special story
ଫ୍ରି ଫାୟାର ଗେମ ଖେଳିବା ହେଲା କାଳ । ଭୟଙ୍କର ଶବ୍ଦ କରି ଫାଟିଲା ମୋବାଇଲ୍ । ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଗଲେ ଯୁବକ I ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଞ୍ଚାୟତ କେନପାଲି ଗାଁରେ I
କେନପାଲିର ପୁରୁଣ ଜାଲ ନାମକ ଜଣେ ୨୨ବର୍ଷୀୟ ଯୁବକ ରିଏଲମି ମୋବାଇଲରେ ଫ୍ରି ଫାୟାର ଗେମ ଖେଳୁଥିଲେ । ସେତିକିବେଳେ ମୋବାଇଲଟି ହଠାତ ଗରମ ହେବା ପରେ ଫୁଲିବାକୁ ଲାଗିଥିଲା I ଏହାଦେଖି ସତର୍କ ହୋଇଯାଇଥିଲେ ପୁରୁଣ । ମୋବାଇଲଟି ତଳେ ରଖି ଦୂରେଇ ଯାଇଥିଲେ I
ପରେ ଆଖି ପିଛୁଳାକେ ମୋବାଇଲଟି ଫାଟି ଚୁରମାର ହୋଇଯାଇଛି I ହେଲେ ମୋବାଇଲଟି ତଳେ ରଖି ଦେଇଥିବାରୁ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି I ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି I
ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପିଢ଼ି ଫ୍ରି ଫାୟାର ଗେମ ଖେଳୁଥିବା ଦେଖିବାକୁ ମିଳୁଛି I ଗେମ୍ ପାଇଁ ଦିନ ରାତି ଭୁଲି ଯାଉଛନ୍ତି । ତେବେ ଏମିତି ଏକ ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)