• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ ଫ୍ୟାମିଲି କୋର୍ଟ ପରିସରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଜି ଦିନ ପ୍ରାୟ ୧୧ଟାରେ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ବର୍ଷା । ସେହିପରି ଆଜି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ଦିନ ୨ଟା ବେଳେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଛି ।

କିଛି ଦିନ ପୂର୍ବରୁ  ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବା ପାଇଁ ଉଭୟଙ୍କୁ କୁହାଯାଇଥିଲା ।  ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ କରିଥିଲେ କୋର୍ଟ ।  ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଥିଲା ।  

ସେହିପରି ସେପ୍ଟେମ୍ବର ୭ ତାରିଖରେ ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।  ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ । ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ପାରିବାରିକ ଅଦାଲତ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ପାରିବାରିକ ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।