ପ୍ରେମିକର ଜାତି ଅଲଗା ହୋଇଥିବାରୁ ସହଜରେ ଗ୍ରହଣ କରିପାରିନାହାନ୍ତି ଝିଅ ପରିବାର ଲୋକେ।
ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍ ନକଲି ଔଷଧ ଜବତ ହୋଇଛି ।
ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଡ. ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ରାଜଧାନୀର ଅଧିକାଂଶ ମଣ୍ଡପ ରାଜପଥ କଡ଼ରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଭିଡ଼ ନିୟନ୍ତ୍ରଣ କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ ।
ବୀଜ ଗଣିତ ପ୍ରତିଯୋଗିତାରେ ୩ଜଣ ହେଲେ ପ୍ରଥମ। ଜାତୀୟ ସ୍ତର ପ୍ରତିଯୋଗିତାରେ ନେବେ ଭାଗ
SCB ମେଡିକାଲ୍ ଟିକେଟ୍ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି।
ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୬୧ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଟାଣୁଆ ସରକାର ବିରୋଧୀ ନେତା ଥିଲେ। ସଚିବାଳୟ ହେଉ ବା ହେଉ ସାମ୍ବାଦିକ ସମ୍ମିଳନୀ, ସମସ୍ତଙ୍କୁ ମୁହଁତୋଡ ଜବାବ ଦେଉଥିଲେ। ପ୍ରତିଟି ପ୍ରଶ୍ନର ଉତ୍ତର ଥାଏ ତାଙ୍କ ଜିଭ ଅଗରେ। ସେ ପୁଣି ସିଧାସିଧା। ଆଜି ତାଙ୍କ ଆବର୍ତ୍ତମାନରେ ମନେପଡେ ସେଇ ପ୍ରଶ୍ନ ଆଉ ଉତ୍ତର।
ଦଶହରା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇଲେ ରାଜ୍ୟ ସରକାର।
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡିଶା-ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି।
ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଷ୍ଣୁ ସେଠୀ ପିଲା ବେଳୁ ମା’ଙ୍କୁ ହରାଇଥିଲେ। ବାପା ଗୟାଧର ସେଠୀ ତାଙ୍କୁ ମଣିଷ କରିଥିଲେ
ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କଠୁ ଆରମ୍ଭ ବିଭିନ୍ନ ପାର୍ଟିର ନେତା ଓ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।
ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ଆଜି ଆହୁରି ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି। ଏନେଇ ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୁରୀରେ ଆଜି ବାୟୁସେନା ପକ୍ଷରୁ ଟର୍ଣ୍ଣସ, ଓ୍ୱିଙ୍ଗ୍ ଓଭର୍ସ ଏବଂ ବ୍ୟାରେଲ ରୋଲ୍ସ ଭଳି ଫର୍ମେସନ ତିଆରି କରିଥିଲେ ବାୟୁବୀର।
ଅକ୍ଟୋବର ୩୧ରୁ କଂଗ୍ରେସ ୨୨୫୦ କିଲୋମିଟର ବ୍ୟାପି ଓଡିଶାରେ ପଦଯାତ୍ରା କରିବ । ଶାସକ ବିଜେଡିର ବିଫଳତା ଲୋକଙ୍କ ଆଗରେ ରଖିବ । ସାରା ଦେଶରେ ବିଜେପି ବିରୋଧରେ ଭାରତ ଯୋଡୋ ପଦଯାତ୍ରା ଚାଲିଥିବା ବେଳେ ଓଡିଶାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପଦଯାତ୍ରା ହେବ ।
ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ।
ଦଳୀୟ ନେତାଙ୍କ ଅପେକ୍ଷା ଏସ୍ଏଚ୍ଜି ଉପରେ ଅଧିକ ଭରସା କରୁଛି କି ଦଳ? ନବୀନ ନିବାସରେ ଚାଲିଛି ଘନ ଘନ ବୈଠକ । ଗୋଟିଏ ପରେ ଗୋଟିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆସି ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ହେଲେ କାହିଁକି ? ଏହା ପଛର ଉଦ୍ଦେଶ୍ୟ କଣ?
ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆଜିଠୁ ଆରମ୍ଭ ହୋଇଥିବା ବର୍ଷା ୨୦ ତାରିଖ ବେଳକୁ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆଗ ପଛ ହୋଇ ଜଣଙ୍କ ପରେ ଜଣେ ଶିଶୁଙ୍କ ପ୍ରାଣହାନୀ । ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ଅଭିଯୋଗ, ପିଲାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଦାୟୀ ।
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ।
ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ବଢ଼ି ଚାଲିଛି।
ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି।
‘ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢ଼ୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି’।
କଟକ କାଠଯୋଡ଼ି ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।