• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ ପରିବାର ଅଦାଲତରେ ହାଜର ହେଲେ  ସାଂସଦ ଅନୁଭବ ମହାନ୍ତି  ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ମାମଲାରେ ଉଭୟେ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ବର୍ତ୍ତମାନ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇ ଦେଇଛନ୍ତି ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍‌ ଚ୍ୟାମ୍ବର ପଠାଇଥିବା କୁହାଯାଉଛି । କୋର୍ଟରେ ନିଜର ଅନ୍ୟ ସବୁ କାମ ଶେଷ କରିବା ପରେ ସେମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଆଜି ଦିନ ପ୍ରାୟ ୧୧ଟାରେ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ବର୍ଷା । କାରଣ ଆଜି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ସେଥିପାଇଁ ଦିନ ୨ଟା ବେଳେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଥିଲା ।