Advertisment

Pakistan Fan Turned Side: ଦୁବାଇରେ କିଙ୍ଗ କୋହଲିଙ୍କ ଯାଦୁ, ମ୍ୟାଚ ଅଧାରେ ଭାରତ ଜର୍ସି ପିନ୍ଧିଲେ ପାକିସ୍ତାନ ସମର୍ଥକ

ଦୁବାଇରେ ସୁପର ସଣ୍ଡେରେ ଦେଖିବାକୁ ମିଳିଥିଲା କିଙ୍ଗ କୋହଲିଙ୍କ ଜଲୱା। ଦିନିକିଆ କ୍ୟାରିୟରର ୫୧ ତମ ଶତକ ହାସଲ କରିଥିବା କୋହଲି ନିଜ ଯାଦୁକରୀ ଇନିଂସ ବଳରେ କେବଳ ଭାରତୀୟ ଫ୍ୟାନ ନୁହନ୍ତି ‍ବରଂ ପାକିସ୍ତାନୀ ଫ୍ୟାନ ମଧ୍ୟ ଆମୋଦିତ ହୋଇଥିଲେ। ଏହି ଇନିଂସ ବଳରେ କୋହଲି ପକିସ୍ତାନୀ ଫ୍ୟାନଙ୍କୁ ମଧ୍ୟ ଭାରତର ସମର୍ଥନ ପାଇଁ ବାଧ୍ୟ କରି ଦେଇଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
kohli

kohli

ଦୁବାଇରେ ସୁପର ସଣ୍ଡେରେ ଦେଖିବାକୁ ମିଳିଥିଲା କିଙ୍ଗ କୋହଲିଙ୍କ ଜଲୱା। ଦିନିକିଆ କ୍ୟାରିୟରର ୫୧ ତମ ଶତକ ହାସଲ କରିଥିବା ବିରାଟ କୋହଲି ନିଜ ଯାଦୁକରୀ ଇନିଂସ ବଳରେ କେବଳ ଭାରତୀୟ ଫ୍ୟାନ ନୁହନ୍ତି ‍ବରଂ ପାକିସ୍ତାନୀ ଫ୍ୟାନ ମଧ୍ୟ ଆମୋଦିତ ହୋଇଥିଲେ। ଏହି ଇନିଂସ ବଳରେ କୋହଲି ପକିସ୍ତାନୀ ଫ୍ୟାନଙ୍କୁ ମଧ୍ୟ ଭାରତର ସମର୍ଥନ ପାଇଁ ବାଧ୍ୟ କରି ଦେଇଥିଲେ। ମ୍ୟାଚ ଅଧାରେ ଜଣେ ପାକିସ୍ତାନୀ ସମର୍ଥକ ଭାରତୀୟ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?

ଭାରତର ରନ ଚେଜ ଅତ୍ୟନ୍ତ ଚମତ୍କାର ରହିଥିଲା। ପ୍ରଥମରୁ ଶୁବମାନ ଗିଲ ଓ ବିରାଟ ଏକ ଚମତ୍କାର ପାର୍ଟନରଶିପ କରିଥିଲେ। ପରେ ଶ୍ରେୟସ ଆୟରଙ୍କ ସହିତ ଶତକୀୟ ଭାଗୀଦାରି କରିଥିଲେ କୋହଲି। କୋହଲିଙ୍କ ଯାଦୁକରୀ ଇନିଂସ ବଳରେ ନିରାଶ ପାକିସ୍ତାନୀ ସମର୍ଥକ ଭାରତୀୟ ଜର୍ସି ପିନ୍ଧିଥିଲେ। ଫ୍ୟାନ ଜଣଙ୍କ ଏଭଳି କରିବା ସମୟରେ କ୍ୟାମେରାର ଫୋକସରେ ରହିଥିଲେ। ଏହି ଘଟଣା ଷ୍ଟାଡିୟମରେ ହାସ୍ୟରୋଳ ସୃଷ୍ଟି କରିଥିଲା।

Advertisment

ରବିବାର ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଇଥିଲେ ପାକିସ୍ତାନ। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ସାଉଦ ଶକିଲ ସର୍ବାଧିକ ୭୬ ବଲ୍‌ ଖେଳି ୬୨ ରନ୍‌ କରିଥିବା ବେଳେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ୭୭ ବଲ୍‌ ଖେଳି ୪୬ ରନ୍‌ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ୩, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଥିବା ବେଳେ ଅକ୍ଷର ପଟେଲ , ରବୀନ୍ଦ୍ର ଜାଡ଼େଜା ଓ ହର୍ଷିତ ରାଣାଙ୍କ ଖାତାକୁ ଆସିଥିଲା ଗୋଟିଏ ଲେଖାଏଁ ୱିକେଟ୍‌।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ...ପୂରଣ କଲେ ୧୪ ହଜାର ରନ୍‌

ତେବେ ଫ୍ୟାନଙ୍କ ହୃଦୟ ପରିବର୍ତ୍ତନ କରିବା ବିରାଟ କୋହଲିଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏକ ଆଇପିଏଲ ମ୍ୟାଚ ସମୟରେ ଏମିତି ଏକ ଘଟଣା ଘଟିଥିଲା। ଆରସିବି ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଜଣେ ମହିଳା ପ୍ରଶଂସକ ଆରମ୍ଭରୁ ରାଜସ୍ଥାନକୁ ସମର୍ଥନ କରୁଥିଲେ। ସୱାଇ ମାନ ସିଂ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ବିରାଟ ୧୧୩ ରନ କରି ନିଜ ଆଇପିଏଲ କ୍ୟାରିୟରର ଅଷ୍ଟମ ଶତକ ହାସଲ କରିଥିଲେ। ଆରସିବି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୩ ୱିକେଟରେ ୧୮୩ ରନ କରିଥିଲା। ଜବାବରେ ଜୋସ ବଟଲରଙ୍କ ଅପରାଜିତ ୧୦୦ ଓ ସଞ୍ଜୁ ସାମସନ ୬୨ ରନ କରିବାରୁ ରାଜସ୍ଥାନ ୧୯.୧ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା।

Virat Kohli
Advertisment
Advertisment