• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କ୍ଷମତାକୁ ଆସିବାର ୬ ମାସ ଭିତରେ ମୋହନ ସରକାର ପୂରଣ କଲେ ଆଉ ଏକ ପ୍ରତିଶ୍ରୁତି । ଚାଷୀଙ୍କ ଖାତାକୁ ଗଲା ୮ଶହ ଟଙ୍କା ଲେଖାଏଁ ଇନପୁଟ୍ ସହାୟତା । ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ଇନପୁଟ୍ ସହାୟତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷୀଙ୍କ ଖାତାକୁ ଯାଇଛି ୮୦୦ ଟଙ୍କାର ଇନପୁଟ ସହାୟତା । କେନ୍ଦ୍ର ସରକାରଙ୍କ ୨୩୦୦ ଟଙ୍କା MSP ସହ ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଦଲାଲି କରିବ ତାକୁ ସିଧା ଜେଲରେ ପୂରାଯିବ । ସେହିପରି ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରି ବର୍ଷିଛନ୍ତି । ପୂର୍ବ ସରକାର ୧୦୦ ଟଙ୍କା ବୋନସ୍ ଦେବାକୁ କହି ଦେଇନଥିଲା । ଆମ ସରକାର ବର୍ଦ୍ଧିତ ରାଶି ଦେବା ପରେ ଈର୍ଷାରେ ଜଳୁଛନ୍ତି ବିଜେଡି ନେତା ।

ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି କରି ଦେଖାଇଛି । ପୂର୍ବ ସରକାର ଦଲାଲ ମାନଙ୍କୁ ସହାୟତା କରୁଥିଲେ । କେବଳ ଭୋଟବ୍ୟାଙ୍କ ପାଇଁ ରାଜନୀତି କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ସେପଟେ ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା । ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ବି ଆଜି ସମାବେଶ କରି ବଣ୍ଟା ହେଉଛି ଇନପୁଟ ସହାୟତା ।

ସେପଟେ ଏହି ସହାୟତାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୧୦୦ ଟଙ୍କା ସବସିଡି ଦେବାକୁ ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୧୨ ବର୍ଷ ବିତିଗଲା ପଛେ ପୂର୍ବ ସରକାର ଦେଲେନି । କିନ୍ତୁ ଆମେ ଆମ କଥା ରଖିଲୁ । ଚାଷୀ  ୩୧୦୦ ଟଙ୍କା ପାଇଲେ ବୋଲି କହିଛନ୍ତି ସୁରେଶ ପୂଜାରୀ ।

ସେହିପରି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ଏହାକୁ ଏନଇ ଉତ୍ସାହିତ ଥିବା କଥା କହିଛନ୍ତି । ଆମ ସରକାର ଯାହା କୁହେ ତାହା କରି ଦେଖାଏ । ଧାନର ଇନ୍‌ପୁଟ୍ ସବସିଡି ହେଉଛି ଏହାର ଏକ ବଡ଼ ପ୍ରମାଣ । ଏହା ଏକ ଐତିହାସିକ ପଦକ୍ଷେପ । ଅତ୍ୟନ୍ତ ଖୁସିର ମୁହୂର୍ତ୍ତ । ଆମ ସରକାର ନିର୍ବାଚନ ବେଳେ ଯାହା ଯାହା ଘୋଷଣା କରିଛନ୍ତି ସବୁ ପୂରଣ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now