Advertisment

Weather Update: ସକାଳୁ ସକାଳୁ ବର୍ଷାରେ ଭିଜିଲା ରାଜଧାନୀ; ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

author-image
Sonali Ojha
Weather

Weather

ବଦଳିଲା ପାଗର ମିଜାଜ୍। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ କୋହଲା ପାଗ ସହ ଝିପଝିପ ବର୍ଷା ହେଉଛି। । ଆଜି ଏବଂ ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଦୁଇ ଦିନ ପାଇଁ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

Advertisment

ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ହାଲୁକା ବର୍ଷା ନେଇ ଚେତାବନୀ ଜାରି ହୋଇଛି।

କିଛି ଜିଲ୍ଲାରେ କୁହୁଡ଼ି ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଆଜିଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ଆସନ୍ତା ଦୁଇଦିନ ମଧ୍ୟରେ ଜଗତ୍‌ସିଂହପୁର, କଳାହାଣ୍ତି, ସୁନ୍ଦରଗଡ଼, କନ୍ଧମାଳ, ଯାଜପୁର ଆଦି ସ୍ଥାନରେ ତାପମାତ୍ରା କମିବା ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୩ ଦିନରେ ପୁଣି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

ସେପଟେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ରେକର୍ଡ କରାଯାଇଛି । ଘୁ.ଉଦୟଗିରିରେ ମଧ୍ୟ ତାପମାତ୍ରା କମ୍ ରହିଛି । ଏହା ବାଦ୍ ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଏହା ସହ ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୧୨ରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି।

ପରେ ଡିସେମ୍ବର ଦ୍ୱିତୀୟ ସପ୍ତାହକୁ ଅବପାତରେ ପରିଣତ ହୋଇପାରେ । ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ଆଶିଂକ ମେଘୁଆ ରହିପାରେ । ୯ ପରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୧୦ରୁ ରାତ୍ରି ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

Weather Rain Alert
Advertisment
Advertisment