Advertisment

Srimandir Ratna Bhandar: ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି; ଜାନୁଆରୀ ସୁଦ୍ଧା ସରିବ ଅଳଙ୍କାର ଗଣତି-ମଣତି !

ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Srimandir Ratna Bhandar

ଆସନ୍ତା ୧୬ରୁ ଆରମ୍ଭ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଜାନୁଆରୀ 31 ସୁଦ୍ଧା ସରିଯାଇପାରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି-ମଣତି। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ନେଇ ASI ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏବେ କେବଳ ଅପେକ୍ଷା ମହାପ୍ରୁଭୁଙ୍କ ଦୈନନ୍ଦିନ ନୀତି ବିଳମ୍ବ ବିନା କେଉଁ ସମୟରେ ହେବ ମରାମତି କାର୍ଯ୍ୟ। ଆଉ ଦିନକ ପରେ ଛତିଶା ନିଯୋଗ ବୈଠକ ବସି ମରାମତି କାର୍ଯ୍ୟର ସମୟ ଓ ଅବଧି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Advertisment

ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା। ଏ ନେଇ ASI ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଥିବା ବେଳେ ଏବେ ଅପେକ୍ଷା ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଭିତରେ କେତେ ସମୟ ପାଇଁ ହେବ ମରାମତି କାମ। ASIର କହିବା ଅନୁସାରେ, ମରାମତି ପାଇଁ ଦୈନିକ ଅତିକମରେ 5ରୁ 6 ଘଣ୍ଟା ସମୟ ନିଆଯିବ। ତେବେ ଆଗକୁ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଏବଂ ଘୋଡ଼ଲାଗି ବେଶ ଆଦି ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଥିବାରୁ ମରାମତି ଅବଧି ସମ୍ପର୍କରେ ନିଷ୍ପତ୍ତି ନେବ ଶ୍ରୀମନ୍ଦିର ନୀତି ସବ୍ କମିଟି। ଏଥିପାଇଁ ଆସନ୍ତା 10ରେ ବସୁଛି ଛତିଶା ନିଯୋଗ ବୈଠକ। ଏହି ବୈଠକରେ ଆଲୋଚନା ପରେ ହିଁ ନିର୍ଦ୍ଦିଷ୍ଟ କେଉଁଦିନଠାରୁ ଦୈନିକ କେତେ ସମୟ ମରାମତି କାର୍ଯ୍ୟ ଚାଲିବ, ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଅଧିକ ପଢନ୍ତୁ: ବିସ୍ଫୋରଣରେ ଛିଡ଼ି ଯାଇଥିଲା ପାଟି, ଭୋଗୁଥିଲା ଯନ୍ତ୍ରଣା! ହେଲେ ହାରିଗଲା ..

Advertisment

ASIର ସୂଚନା ଅନୁସାରେ ପ୍ରଥମେ ଭିତର ରତ୍ନଭଣ୍ଡାର, ପରେ ବାହାର ରତ୍ନଭଣ୍ଡାରର ମରାମତି ହେବ। ଯୋଜନା ଅନୁସାରେ ପ୍ରଥମେ ରତ୍ନଭଣ୍ଡାର କାନ୍ଥରେ ଥିବା ଫାଟ ନିରୀକ୍ଷଣ, ପରେ ଏହାର ଡି-ପ୍ଲାଷ୍ଟରିଂ ଓ କ୍ଲିନିଂ ପରେ ଷ୍ଟୋନ୍ ରିପ୍ଲେସିଂ କରାଯିବ। ଏହା ପରେ ଆରମ୍ଭ ହେବ କୋର୍ କଂଜରଭେସନ କାମ। ପରେ ପଏଣ୍ଟିଂ ଓ ଗ୍ରାଉଟିଂ ଭଳି କାର୍ଯ୍ୟ କରାଯିବ। ତେବେ ମରାମତି କାର୍ଯ୍ୟ କେତେ ସମୟ ଏବଂ କେଉଁ ସମୟରେ କରାଯିବ, ସେ ନିଷ୍ପତ୍ତି ଏବେ ଯାଏଁ ହୋଇନଥିବାରୁ ଏ କାର୍ଯ୍ୟ କେତେଦିନ ଯାଏଁ ଚାଲିବ, ତାହା ନିଶ୍ଚିତ ହୋଇପାରିନି। ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସମସ୍ତ ନିଯୋଗ ସହ ସମନ୍ବୟ ରଖି କାର୍ଯ୍ୟ କରାଯିବା ଉପରେ ଜୋର ଦେଇଛନ୍ତି ବରିଷ୍ଠ ସେବାୟତ।

ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏବେ ଅସ୍ଥାୟୀ ଟ୍ରେଜେରୀରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାରକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ। ପରେ ସେଠାରେ 
ଆରମ୍ଭ ହେବ ଗଣତିମଣତି କାର୍ଯ୍ୟ। 

ଅଧିକ ପଢ଼ନ୍ତୁ: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Srimandir ASI Ratna Bhandar Srimandir Ratna Bhandar
Advertisment
Advertisment