ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ।
ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରଥମ ଜୁରୀ ବୈଠକରେ, ପୁରସ୍କାର ପାଇବାକୁ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା ହୋଇଛି ।
ଅନଲାଇନ୍ ଭୋଟିଂ ଜରିଆରେ ପ୍ରାର୍ଥୀ ବାଛିପାରିବେ ଓଟିଭି ଦର୍ଶକ
ପରବର୍ତ୍ତୀ ବୈଠକରେ ନାଁ ସର୍ଟଲିଷ୍ଟ କରାଯିବ । ତା ପରେ ହେବ ଅନ୍ଲାଇନ୍ ଭୋଟିଂ । ଅନ୍ଲାଇନ୍ ଭୋଟିଂ ଓ ଜୁରି ମତକୁ ନେଇ ବିଜେତା ଘୋଷଣା ।
ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଏକ୍ସପର୍ଟ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ ସହ ଅନଲାଇନରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା।
ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକରେ ସମସ୍ତ ୯ଟି ବର୍ଗରୁ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୪ଜଣ ଲେଖାଏଁଙ୍କୁ ସର୍ଟଲିଷ୍ଟ କରାଯାଇଥିଲା। ଏବେ ଅନଲାଇନ୍ ଭୋଟିଂ ମାଧ୍ୟମରେ ଲୋକଙ୍କଠାରୁ ମତାମତ ଲୋଡାଯିବ।
ଓଡିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ପାଇଁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକ ଅନୁଷ୍ଠିତ ହୋଇଛି। ରାଜନୀତି, ଶିକ୍ଷା, ସମାଜସେବା, କ୍ରୀଡା, ମନୋରଞ୍ଜନ, କୃଷି, କଳା ଓ ସଂସ୍କୃତି, ବାଣିଜ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତ ବିଶେଷଙ୍କୁ ପୁରସ୍କୃତ କରାଯିବ।
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନସ୍ ଆୱାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି। ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ(ଓସିଏ) ୨୦୧୯ରେ କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ ଏବଂ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାରଙ୍କୁ ସମ୍ମାନିତ କରାଯାଇଛି। ସେହିପରି […]
ଭୁବନେଶ୍ୱର : ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ ପ୍ରଦତ୍ତ ଓଡ଼ିଶା ସିଟିଜେନ ଅାଓ୍ୱାର୍ଡ଼-୨୦୧୮ ପାଇଁ ପ୍ରଥମ ପର୍ଯ୍ୟାୟ ଚୟନ କମିଟିର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ଟି ପ୍ରମୁଖ ବିଭାଗ ଯଥା କୃଷି, କ୍ରୀଡ଼ା, ଉଦ୍ୟୋଗ, କଳା ଓ ସଂସ୍କୃତି, ମନୋରଞ୍ଜନ, ରାଜନୀତି, ସାମାଜିକ ସେବା ଏବଂ ଶିକ୍ଷା ଅାଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅାସିଥିବା ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ ଚୟନ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ମିହିର […]