EPFO ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା। CBI ଜାଲରେ ବ୍ରହ୍ମପୁର EPFO ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ଧରାପଡ଼ିଲେ ବ୍ରହ୍ମପୁର EPFO ଅଧିକାରୀ ଅନୀଲ ପତି। CBI ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି ।
IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କକୁ ନେଇ ଖୋଳତାଡ଼ । ସକାଳ ପ୍ରାୟ ୬ଟା। ଭୁବନେଶ୍ବରସ୍ଥିତ ବିଷ୍ଣୁପଦଙ୍କ ସରକାରୀ ବାସଭବନ। IASଙ୍କ ଆଖି ନଖୋଲୁଣୁ ଘରେ ପଶିଥିଲେ ଦିଲ୍ଲୀ ସିବିଆଇର ୮ ଜଣିଆ ଟିମ୍।
ତିନିଜଣଙ୍କୁ ଗିରଫ କଲା ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫଙ୍କୁ ଗିରଫ କଲା । ଦେବଦତ୍ତଙ୍କ ଘରୁ ରେଡ୍ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ ।
କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ଙ୍କ ଅଫିସ ଓ ଘରେ CBI ରେଡ୍ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଥିବା ଅଫିସ୍ ଓ ଘରେ ରେଡ୍ । ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହେଉଥିବା ଜଣାପଡ଼ିଛି ।