ବିଜେଡିର ଫ୍ଲାଗସିପ୍ ପୋଗ୍ରାମ ଜୀବନ ବିନ୍ଦୁ ନାଁରେ ହେଉଥିବା ରକ୍ତ ସଂଗ୍ରହରେ ବଡ଼ ଜାଲିଆତି ଅଭିଯୋଗ । ଓଡିଶା ମୋ ପରିବାର ଜରିଆରେ ବିଜେଡିର ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାରେ ଗତବର୍ଷ ଅକ୍ଟୋବରରୁ ଚଳିତବର୍ଷ ଜାନୁଆରୀ ମାସ ଭିତରେ ଯେତିକି ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଦର୍ଶାଯାଇଛି, ବାସ୍ତବିକ୍ ସେତିକି ରକ୍ତ ଜିଲ୍ଲା ରକ୍ତ ଭଣ୍ଡାରରେ ବି ନାହିଁ ।
ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା। ୧୧ ହଜାର ପଦବୀ ପାଇଁ ସମୁଦାୟ ୭୦ ହଜାର ଆଶାୟୀ ଶିକ୍ଷକ ଆବେଦନ କରିଥିଲେ।
ବାଟବଣା ହେଲା ଜାଗା ମିଶନ ଯୋଜନା। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଜାଗା ବାଣ୍ଟିଦେଲେ। କହିଲେ, ଭୂମିହୀନ ଏଇଠାରେ ରହିବେ...ଆଉ ଏବେ ରେଲୱେ କହୁଛି ଏଇଠୁ ଉଠ, ଅକଲ ଗୁଡ଼ୁମ୍ ହୋଇଗଲା ବସ୍ତି ଲୋକଙ୍କର...ସାମ୍ନାକୁ ଆସିଲା ଦୁର୍ନୀତିର ଭୟଙ୍କର ଚିତ୍ର
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି।
ଯୋଜନା ହେଉଛି ହିତାଧିକାରୀଙ୍କ ପାଇଁ। ହେଲେ ସେ ସବୁର ଫାଇଦା ଉଠାଇବା ପୂର୍ବରୁ ହୋଇଯାଉଛି ବାଟମାରଣା। ମଝିରେ ପଶି ଯୋଜନାକୁ ହରିଲୁଟ କରି ନେଉଛନ୍ତି ଏମାନେ..
ଚେଇଁ ଶୋଇଛି ପ୍ରଶାସନ। କେନାଲର ନାମ ନିଶାନ ନାହିଁ କି ରାସ୍ତାରେ ଠିକ୍ରେ ସିମେଣ୍ଟ ବି ଦିଆଯାଇନାହିଁ। କିନ୍ତୁ ସରକାରୀ ଭାବରେ ଲକ୍ଷାଧିକ ଟଙ୍କାର ହୋଇଛି ବିଲ୍....ଠିକାଦାରଙ୍କ ସହ ମଧୂଚନ୍ଦ୍ରିକା ପାଇଁ ହରିଲୁଟ୍ ହେଉଛି ରାଜସ୍ୱ…ଦେଖନ୍ତୁ ଏହି ଦୃଶ୍ୟ