• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ । ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ପୂରା ମ୍ୟାଚ୍‌ରେ ଏମିତି କୌଣସି ସମୟ ଥିଲା କି ଯେତେବେଳେ ପାକିସ୍ତାନ ଭାରତ ଉପରେ ଭାରି ପଡ଼ିଥିଲା । କିନ୍ତୁ ଆଇଆଇଟି ବାବା ଦାବି କରିଥିଲେ ଯେ ଏହି ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ପରାସ୍ତ କରିବ । ଏମିତି କି ସେ ଦୃଢ଼ତାର ସହ କହିଥିଲେ କି ତାଙ୍କର ଭବିଷ୍ୟବାଣୀ ସତ ହେବାକୁ ଯାଉଛି । ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା ।

ଅଧିକ ପଢ଼ନ୍ତୁ: ICC ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ହାମ୍‌ଲା ନେଇ ସତର୍କତା, ସତର୍କ କରାଇଲା ଗୁଇନ୍ଦା ବିଭାଗ

କିନ୍ତୁ ମ୍ୟାଚ୍‌ରେ ପୂରା ଓଲଟା ହୋଇଥିଲା । ଦୁବାଇରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ଆଉ IIT ବାବାଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି । ଆଉ ଏବେ ପାକିସ୍ତାନର ଶୋଚନୀୟ ପରାଜୟ ପରେ ମଧ୍ୟ IIT ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ, ଆଇଆଇଟି ବାବା ଦାବି କରିଥିଲେ ଯେ ଯେତେ ଚେଷ୍ଟା କଲେ ମଧ୍ୟ, ଏଥର ପାକିସ୍ତାନ ଜିତିବ । ସେ ଏକ ଲାଇଭ୍ ଷ୍ଟ୍ରିମ୍‌ରେ କହିଥିଲେ, "ଏଥର ଭାରତ ଜିତିବ ନାହିଁ। ବିରାଟ କୋହଲିଙ୍କୁ କୁହନ୍ତୁ ଯେ ସେ ତାଙ୍କର ସର୍ବୋତ୍ତମ ଚେଷ୍ଟା କରନ୍ତୁ, କିନ୍ତୁ ଆମେ ଜିତିବୁ ନାହିଁ ।

ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହେଲା । ଜିତିବା ତ ଦୂରର କଥା, ପାକିସ୍ତାନ କ୍ରିକେଟ୍ ଦଳ ଭଲ କ୍ରିକେଟ୍ ମଧ୍ୟ ଖେଳିପାରିଲା ନାହିଁ। ପୂରା ମ୍ୟାଚ୍‌ରେ ପାକିସ୍ତାନ ଥରେ ମଧ୍ୟ ଭାରତ ଉପରେ ଭାରି ପଡ଼ିନଥିଲା । ଏପରି ପରିସ୍ଥିତିରେ, ମ୍ୟାଚ୍ ପରେ, ସେହି YouTuber IIT ବାବାଙ୍କ ସହିତ ଯୋଗାଯୋଗ କରି ପ୍ରଶ୍ନ ପଚାରିଥିଲେ ଯେ ତୁମର ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେଲା। ଆପଣ ଏହାକୁ ନେଇ କ'ଣ କହିବେ ? ତେବେ ଏହି ପ୍ରଶ୍ନର ଉତ୍ତରରେ IIT ବାବା ସମ୍ପୂର୍ଣ୍ଣ ଭାବେ ପଲଟି ଗଲେ ଏବଂ ଉତ୍ତର ଦେଲେ କି ‘କାହାର ଭବିଷ୍ୟବାଣୀ ଉପରେ ବିଶ୍ୱାସ କର ନାହିଁ, ନିଜ ମୁଣ୍ଡ ଖର୍ଚ୍ଚ କର’ ବୋଲି ସେ କହିଛନ୍ତି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲା । ୨୪୨ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲି ଅପରାଜିତ ୧୦୦ ରନ କରିଥିଲେ। ଏହା ତାଙ୍କର ୮୨ତମ ଅନ୍ତର୍ଜାତୀୟ ଏବଂ ୫୧ତମ ODI ଶତକ । ପୂର୍ବରୁ, ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଟିମ୍‌ ଇଣ୍ଡିଆର ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଅଧିକ ସ୍କୋର କରିବାରେ ବିଫଳ ହୋଇଥିଲେ । ମାତ୍ର ୨୪୧ ରନ୍‌ କରି ଅଲଆଉଟ ହୋଇଥିଲା ପାକିସ୍ତାନ ।

ଅଧିକ ପଢ଼ନ୍ତୁ: ୨୦୧୭ର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ !

OTV is now on Whatsapp

Join and get latest news update delivered to you via whatsapp

Join Now