ଚାଷୀଙ୍କ ଆକାଉଣ୍ଟକୁ ଗଲା ଧାନ ଇନପୁଟ୍ ସବସିଡି ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଦଲାଲି କରିବ ତାକୁ ସିଧା ଜେଲରେ ପୂରାଯିବ । ସେହିପରି ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରି ବର୍ଷିଛନ୍ତି ।
ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ ।
ଚଳିତ ଖରିଫ ଋତୁ ପାଇ ଧାନର ଏହି ଏମଏସପି ଧାର୍ଯ୍ୟ କରାଯାଇଛି। କେନ୍ଦ୍ର କ୍ୟାବିନେଟର ଏ ନିଷ୍ପତ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।