ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍ । ମେ' ଫେୟାର ହୋଟେଲ୍ ସମ୍ମୁଖରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ରେଡ୍ ବେଳେ ଏକ ଦାମୀଗାଡ଼ିରୁ ବିପୁଳ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଦାମୀଗାଡ଼ିରୁ ପ୍ରାୟ ୧ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ତେବେ ଏହି ଦାମୀ ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।
Also Read
ସୂଚନା ଅନୁସାରେ ଆଜି ରାତି ପ୍ରାୟ ୯ଟା ସମୟରେ ମେ’ ଫାୟାର ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ଦାମୀ କାର ଛିଡ଼ା ହୋଇଥିଲା । ଯାହାର ନମ୍ବର OD-05-9999 । ତେବେ ଏହି ଦାମୀ ଗାଡ଼ିଟି ଏକ ବିଲଡର ସଂସ୍ଥାର ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି । ତେବେ ଏହି ବିଲ୍ଡର ସଂସ୍ଥାର ଅଫିସ୍ ପାହାଳରେ ଥିବା ସୂଚନା ମିଳିଛି । ଚର୍ଚ୍ଚା ହେଉଛି ଗାଡ଼ିରେ ଡିଲ୍ ହେଉଥିଲା । ତେବେ ଏ ସମ୍ପର୍କରେ ସିବିଆଇ ଟିମ୍ ଜାଣିପାରି ଅଚାନକ ଚଢ଼ଉ କରିଥିଲା। ଗାଡ଼ି ଭିତରୁ କୋଟିଏରୁ ଅଧିକ ଟଙ୍କା ଓ ସୁନା ଜବତ ହୋଇଛି । ୪ ଜଣଙ୍କୁ ସିବିଆଇ ଟିମ୍ ହେପାଜତକୁ ନେଇଛି । ତେବେ ଏତେ ପରିପରିମାଣରେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଆସିଥିଲା, ତାହା ଜଣାପଡ଼ି ନାହିଁ।
#ଭୁବନେଶ୍ବରରେ_ସିବିଆଇ_ରେଡ୍
— ଓଟିଭି (@otvkhabar) December 7, 2024
ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍ । ମେ' ଫେୟାର ହୋଟେଲ୍ ସମ୍ମୁଖରେ ସିବିଆଇ ରେଡ୍ । ଏକ ନାଲିରଙ୍ଗର ଦାମୀଗାଡ଼ିକୁ ଛାନଭିନ୍ କଲା ସିବିଆଇ ।#Bhubaneswar #CBIRaid #OTV pic.twitter.com/YYjnydcmp4