Advertisment

Ratna Bhandar: ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ! ଖୁବଶୀଘ୍ର ସରିବ ଗଣତିମଣତି

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା ହୋଇଛି। ମରାମତି ସରିଲେ ଅଳଙ୍କାର ଗଣତି ମଣତି ବି ହେବ।

author-image
Sonali Ojha
ଅଦ୍ୟତନ ହୋଇଛି
Ratnabhabdara

Ratnabhabdara

ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ ହୋଇଛି। ASI ଅଧୀକ୍ଷକ ଡି.ବି. ଗଡ଼ନାୟକଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ଏନେଇ ନୀତି ସବ୍ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ୧୬ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରିଛୁ ବୋଲି ସେ କହିଛନ୍ତି। ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ନିଆଯିବ। ପ୍ରଥମେ ବାହାର ପରେ ଭିତର ରତ୍ନଭଣ୍ଡାର କାମ ହେବ। କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ ବୋଲି ASI ଅଧୀକ୍ଷକ ସୂଚନା ଦେଇଛନ୍ତି।

Advertisment

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା ହୋଇଛି। ମରାମତି ସରିଲେ ଅଳଙ୍କାର ଗଣତିମଣତି ବି ହେବ। ପୂର୍ବରୁ ମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ- ରତ୍ନଭଣ୍ଡାର ଭିତରେ ଧାତବ ଦ୍ରବ୍ୟ ଥିବାର ଯେଉଁ ପରିକଳ୍ପନା ଥିଲା, ସେମିତି କିଛି ବି ନାହିଁ। ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି ସହ ଗଣତି ମଣତି କାମ ସାରିବାକୁ ବି ଲକ୍ଷ୍ୟ ରଖାଯାଇଛି। ଆଗେ ଭଣ୍ଡାର ଗୃହ ମରାମତି କାମ ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ତା ଭିତରକୁ ଯିବ। ତାପରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି କରାଯିବ।

ଅଧିକ ପଢ଼ନ୍ତୁ:  ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ କି କୋଠରୀ; ଏବେ ମରାମତି ବାଟ ସଫା

Advertisment

ଗତ ସେପ୍ଟମ୍ବର ୨୧ ଓ ୨୨ ଦୁଇଦିନ ଧରି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରତ୍ନଭଣ୍ଡାରର ଜିପିଆର ସର୍ଭେ ହୋଇଥିଲା। ଯେଉଁଥିରେ ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ କି ଅଧିକ କୋଠରୀ ନଥିବା ସ୍ପଷ୍ଟ କରାଯାଇଥିଲେ ବି ଏକଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ। ଏମିତିକି ବଳି ପାତାଳ ମନ୍ଦିରରୁ ସୁଡଙ୍ଗ ସନ୍ଦେହକୁ କାହିଁକି ଗୁରୁତ୍ବ ଦିଆନଯାଇ ଲେଜର ସ୍କାନିଂ କରାହେଲା ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ।

ଏଥିସହ ଜିପିଆର ସର୍ଭେ ରିପୋର୍ଟରେ କି ତଥ୍ୟ ଆସିଛି ତାକୁ ସାର୍ବଜନୀନ କରିବାକୁ ବି ଦାବି କରିଛନ୍ତି। ସେପଟେ ଏଏସଆଇ ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ମଧ୍ୟ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ନଥିବା କହିଥିବାବେଳେ ଏହାର ପଶ୍ଚିମ ଓ ପୂର୍ବପଟ କାନ୍ଥରେ କ୍ରାକ୍ ସହ ଚଟାଣ ମରାମତି ଦରକାର ବୋଲି କହିଛନ୍ତି।ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ସହମତିରେ ଯେଉଁ ତାରିଖ ଆସିବ, ସେମାନେ ତୁରନ୍ତ ମରାମତି କାମ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ। ତେବେ ଶେଷରେ ତାରିଖ ଆସିଯାଇଛି।

Puri Ratna Bhandar
Advertisment
Advertisment