Advertisment

ଭୋ ଭୋ ହୋଇ କାନ୍ଦିଲେ ରାନୀ, କହିଲେ- ‘ଭାଇ କଥା ଦେଇଥିଲେ ସୁସ୍ଥ ହୋଇ ଫେରିବେ, ହେଲେ ଆମ ସମସ୍ତଙ୍କୁ ଠକି ଦେଲେ’

ପିଣ୍ଟୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ‘ଭାଇ ମୋତେ କଥା ଦେଇଥିଲେ, ମୁଁ ସୁସ୍ଥ ହୋଇ ଫେରିବି।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jatra Artist Rani Priyadarshini Mourns Death Of Actor Pintu Nanda

Jatra artist Rani Priyadarshini mourns death of Actor Pintu Nanda

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ମାତ୍ର ୪୭ ବର୍ଷ ବୟସରେ ପିଣ୍ଟୁ ସମସ୍ତଙ୍କୁ ଛାଡ଼ି ଚାଲିଯିବା କଥା କେହି କେବେ ଭାବିନଥିଲେ। ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। 

Advertisment

ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଥିଲା। ଭୁବନେଶ୍ୱର, ପରେ ଦିଲ୍ଲୀ ଶେଷରେ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ କୌଣସି ଡୋନର ମିଳି ନଥିଲେ। ତେବେ ଦୁଃଖଦ କଥା, ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପିଣ୍ଟୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ‘ଭାଇ ମୋତେ କଥା ଦେଇଥିଲେ, ମୁଁ ସୁସ୍ଥ ହୋଇ ଫେରିବି। ଭଗବାନଙ୍କ ଉପରେ ମଧ୍ୟ ବିଶ୍ୱାସ ଥିଲା ମୋ ଭାଇ ସୁସ୍ଥ ହୋଇ ଫେରିବେ। ହେଲେ ଭାଇ ଆମ ସମସ୍ତଙ୍କୁ ଠକି ଦେଲେ। ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ମୁଁ କେବେବି ଭାବି ନଥିଲି ଭାଇ ଆମକୁ ଛାଡ଼ି ଚାଲି ଯିବେ। କଷ୍ଟ କରି ଭିକ୍ଷା ମାଗି ଟଙ୍କା ଯୋଗାଡ଼ କରିଥିଲି। ଆଉ ଭାବିଥିଲି ମୋ ଭାଇ ବଞ୍ଚି ଯିବେ। ହେଲେ ଆଜି ଭାଇ ଆଉ ଆମ ପାଖରେ ନାହାନ୍ତି’ କାନ୍ଦି କାନ୍ଦି ଏଭଳି କିଛି କହିଛନ୍ତି ରାନୀ। 

Advertisment

ସୂଚନାଥାଉ କି, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ରାଶି ଯୋଗାଡ଼ କ୍ଷେତ୍ରରେ ରାନୀ ପ୍ରିୟଦର୍ଶିନୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଭୁବନେଶ୍ୱର ବିମାନମନ୍ଦରରେ ଭିକ୍ଷା ମାଗି ସେ ଟଙ୍କା ଯୋଗାଡ଼ କରିଥିବା ନଜର ଆସିଥିଲେ।

Pintu Nanda
Advertisment
Advertisment