Advertisment

ସଂଧ୍ୟାରେ ପଟିଆ ରାସ୍ତା ଦେଇ ଯିବାର ପ୍ଲାନ କରୁଛନ୍ତି କି ?

ଟ୍ରାଫିକ୍‌ ବନ୍ଦ ଥିବାରୁ ସଂଧ୍ୟାରେ ପଛକୁ ପଛ ଲାଗୁଛି ଗାଡିର ଲମ୍ବା ଲାଇ‌ନ୍‌ । ଗ୍ରାନ ସିଗନାଲ ମିଳିବା ପରେ ଯେତିକି ଯାଉଛନ୍ତି ତାହାଠାରୁ ଅଧିକ ରହୁଛନ୍ତି । ତେଣୁ ପୁଣି ପଛକୁ ପଛ ଗାଡି ଆସୁଥିବାରୁ ଜାମ୍‌ କମିବାରେ ନା ନେଉନି। ଯଦି ଟ୍ରାଫିକ୍‌ ନିୟମ ମାନିକି ଯାଉଛନ୍ତି ତାହାଲେ ଡେରି ହେଉ ପଛରେ ଠିକ୍‌ରେ ଯାଇ ହେଉଛି । ଯଦି ମନଇଚ୍ଛା ଗାଡି ପାର୍କିଂ କରୁଛନ୍ତି ତେବେ କଥା ସରିଲା । ସିଗନାଲ ତ ମିଳିଥିବ କିନ୍ତୁ ଗାଡି ଆଗକୁ ବଢିପାରୁନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀବାସୀ ।

author-image
Sarbeswar
ଅଦ୍ୟତନ ହୋଇଛି
Bhubaneswar Traffic Jam

Traffic

ସକାଳ ୯ରୁ ୧୧...ସଂଧ୍ୟା ୫ରୁ ୮...ଏହି ସମୟରେ ଯଦି ଜୟଦେବ ବିହାରରୁ-କିଟ୍‌ ସ୍କୋୟାର ଯାଉଛନ୍ତି ତେବେ କଥା ସରିଲା । ମାତ୍ର ୭ /୮ କିଲୋମିଟର ରାସ୍ତାକୁ ଲାଗିବ ଦୁଇଘଣ୍ଟା ସମୟ । ଇଏ ଦିନେ କି ଦୁଇ ଦିନର କଥା ନୁହେଁ ବରଂ ମାସମାସ ଧରି ଦେଖାଯାଉଛି ଏମିତି ସମସ୍ୟା । ଜାମ୍‌ ଏମିତି ହେଉଛି ଯେ ପାଦେ ଚାଲିକି ଯିବାବି ସମ୍ଭବ ହେଉନି । ତେଣୁ ସକାଳ ଦୁଇଘଂଟା ଓ ସଂଧ୍ୟା ୩ ଘଂଟା ଏଇ ରାସ୍ତା ଦେଇ ଲୋକେ ଯିବାକୁ ମନ ବଳାଉନାହାନ୍ତି...।

Advertisment

ଟ୍ରାଫିକ୍‌ ବନ୍ଦ ଥିବାରୁ ସଂଧ୍ୟାରେ ପଛକୁ ପଛ ଲାଗୁଛି ଗାଡିର ଲମ୍ବା ଲାଇ‌ନ୍‌ । ଗ୍ରାନ ସିଗନାଲ ମିଳିବା ପରେ ଯେତିକି ଯାଉଛନ୍ତି ତାହାଠାରୁ ଅଧିକ ରହୁଛନ୍ତି । ତେଣୁ ପୁଣି ପଛକୁ ପଛ ଗାଡି ଆସୁଥିବାରୁ ଜାମ୍‌ କମିବାରେ ନା ନେଉନି। ଯଦି ଟ୍ରାଫିକ୍‌ ନିୟମ ମାନିକି ଯାଉଛନ୍ତି ତାହାଲେ ଡେରି ହେଉ ପଛରେ ଠିକ୍‌ରେ ଯାଇ ହେଉଛି । ଯଦି ମନଇଚ୍ଛା ଗାଡି ପାର୍କିଂ କରୁଛନ୍ତି ତେବେ କଥା ସରିଲା । ସିଗନାଲ ତ ମିଳିଥିବ କିନ୍ତୁ ଗାଡି ଆଗକୁ ବଢିପାରୁନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀବାସୀ ।

ଅଧିକ ପଢ଼ନ୍ତୁ: ଭିଡ଼ରେ ଫସିଯାଉଛି କି ଭୁବନେଶ୍ୱର ? ଘଣ୍ଟା ଘଣ୍ଟା ଜାମ୍ ରହୁଛି ରାଜଧାନୀ

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ରାସ୍ତା ଦେଇ କଟକ ଏସସିବିରୁ ଅନେକ ଆମ୍ବୁଲାନ୍ସ ଗୁରୁତର ରୋଗୀଙ୍କୁ ନେଇ ଏମ୍ସ ଯାଉଛି...ଖାଲି ଏମ୍ସ କାହିଁକି? ଏଇ ରାସ୍ତା ଦେଇ ଅନେକ ଗୁଡିକ ବଡବଡ ଘରୋଇ ମେଡିକାଲ ବି ରହିଛି । ତେଣୁ ସେଠାକୁ ଅନେକ ଗୁରୁତର ରୋଗୀମାନେ ଆସୁଛନ୍ତି । ହେଲେ ଏ ଭିଡ ଭିତରେ ଅନେକବାର ଆମ୍ବୁଲାନ୍ସ ଫସି ବି ଯାଉଛି । କିନ୍ତୁ ଭିଡ ସୁଧୁରିବାରେ ନା ନେଉନାହିଁ ।

ଆମ୍ବୁଲାନ୍ସ ସହ ଅଗ୍ନିଶମ ଗାଡି ବି ଅନେକ ଥର ଟ୍ରାଫିକ୍‌ରେ ଛନ୍ଦି ହୋଇଥିବା ଦେଖାଗଲାଣି । କିନ୍ତୁ କେମିତି ସୂଚାରୁ ରୂପେ ଟ୍ରାଫିକ୍‌ ନିୟନ୍ତ୍ରିତ ହେବ ଏବଂ କେମିତି ଶୀଘ୍ର ଗନ୍ତବ୍ୟସ୍ଥଳରେ ଲୋକେ ପହଞ୍ଚିବେ ସେନେଇ କିଛି ଯୋଜନା କରୁନି ପ୍ରଶାସନ କି ବିଏମସି। ସେପଟେ ଟ୍ରାଫିକ୍‌ ନିୟମ ନମାନି କିଛି ଲୋକ ମନଇଚ୍ଛା ଗାଡି ଚାଳନା କରୁଥିବାରୁ ଏମିତି ବିଷମ ସ୍ଥିତି ଉପୁଜୁଛି ବୋଲି ଗାଡିଚାଳକମାନେ ଅଭିଯୋଗ ବି କରିଛନ୍ତି । ତେଣୁ ଏହି ବିଜି ରୋଡ୍‌ରେ କେମିତି ଟ୍ରାଫିକ୍‌ ବ୍ୟବସ୍ଥା ସୁଧୁରିବ ଏବଂ ନିର୍ଦ୍ଧାରିତ ସମୟରେ କେମିତି ଲୋକମାନେ ଘରେ ପହଞ୍ଚିବେ ସେନେଇ ବ୍ୟବସ୍ଥା କରାଗଲେ ଟ୍ରାଫିକ୍‌ ବ୍ୟବସ୍ଥା ସୁଧୁରନ୍ତା ବୋଲି କହିଛନ୍ତି ଲୋକେ...।

(ରିପୋର୍ଟ- ନିରଞ୍ଜନ ରେଡି, ଭୁବନେଶ୍ୱର)

Traffic Jams Traffic Jam
Advertisment
Advertisment