• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଇବର ଠକେଇର ଶିକାର ହେଲେ ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ । ଏନେଇ ସେ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତର ଘର ଦେବଗଡ ଜିଲ୍ଲା ରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତର ନାଁ ଜନ୍ମେଜୟ ସାମଲ ।

ତେବେ ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଅଭିଯୁକ୍ତ ଜଣକ ଅନ୍‌ଲାଇନ୍‌ ପବ୍‌ ଜି ଗେମ୍‌ ଖେଳୁଥିଲା । ଏହାସହ ଅନ୍‌ଲାଇନ୍‌ରେ ନୂଆ ନୂଆ ବନ୍ଧୁ ତିଆରି କରୁଥିଲା । ସେ ପବ୍‌ ଜି ଖେଳିବା ସହ ମଝିରେ ମଝିରେ ମଣ୍ଟୁ ଛୁରିଆ ବୋଲି ନିଜକୁ ପରିଚିତ କରିବା ପାଇଁ ଗୀତ ବି ବୋଲୁଥିଲା । ଏହାସହ ସେଥିରେ ଚାଟିଂ ବି କରୁଥିଲା । ଏମିତିକି ମଣ୍ଟୁଙ୍କ ନାଁରେ ବିଭିନ୍ନ ଯୁବତୀଙ୍କ ସହ ଚାଟିଂ କରୁଥିଲା ଉକ୍ତ ଅଭିଯୁକ୍ତ ।

ତେବେ ଖାଲି ମଣ୍ଟୁଙ୍କ ନାଁରେ ଠକେଇ ହୋଇଛି ତାହା ନୁହେଁ, ତାଙ୍କ ବଡ ଭାଇର ମୋବାଇଲ ନମ୍ବରକୁ ମଧ୍ୟ ହ୍ୟାକ୍‌ କରି ତାକୁ ବ୍ୟବହାର କରୁଥିଲା ସାଇବର ଠକ । ଏନେଇ ମଣ୍ଟୁ ନିଜେ ଥାନାରେ ଅଭିଯୋଗ କରିଛନ୍ତି ।