Advertisment

ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୋଲିସର ଆକ୍ରମଣ, ଧର୍ମେନ୍ଦ୍ର କହିଲେ ଏହା ଅଶୋଭନୀୟ

ପୋଲିସର ଆକ୍ରମଣକୁ କଡ଼ା ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ପୋଲିସ ଅଧିକାରୀ ଏକପାଖିଆ ନିଷ୍ପତ୍ତି ନେଉଥିବା କହିଲେ ଧର୍ମେନ୍ଦ୍ର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

ରାଜଧାନୀର ଲୋୟର ପିଏମଜିରେ ଗତକାଲି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ବିକ୍ଷୋଭ ବେଳେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ଏଭଳି ଅସନ୍ତୋଷ ଝାଡ଼ିଛନ୍ତି ଧର୍ମେନ୍ଦ୍ର । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ରହିଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବେ ନୁହେଁ ବରଂ ଅପରାଧୀ ଭାବେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ବୋଲି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

Advertisment

ଯେଉଁଭଳି ଭାବେ କିଛି ପୋଲିସ ଅଧିକାରୀ ଏକ ପାଖିଆ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଏହା ଗଣତନ୍ତ୍ର ପାଇଁ ଅଶୋଭନୀୟ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ଉପରେ ପୋଲିସ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗତକାଲି ବିଧାନସଭା ଘେରାଉ ଉଦ୍ୟମ ବେଳେ ଭିଡ଼ ଭିତରେ ଆକ୍ରମଣ କରୁଥିବା ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ । ପ୍ରେସମିଟରେ ଏଭଳି ପ୍ରଶ୍ନ କରିବା ସହ ସରକାର ଓ ପୋଲିସକୁ ସମାଲୋଚନା କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ଧଳା ସାର୍ଟପିନ୍ଧା ଯୁବକମାନେ ବିଜେଡିର ଗୁଣ୍ଡା ନୁହଁନ୍ତି ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହାର ତଦନ୍ତ ଦାବିରେ ଆମେ କ୍ୟାପିଟାଲ ଥାନାରେ ଏତଲା ଦେଇଛୁ ହେଲେ ପୋଲିସ ଏତଲାକୁ ପଂଜିକରଣ କରିବା ପାଇଁ ରାଜି ହେଲାନି । ରାତି ସାରା ବସିଥିଲେ ବି ପୋଲିସ ବିଜେପି ଯୁବମୋର୍ଚ୍ଚାର ଏତଲା ରଖିଲାନି ।

Advertisment

ପୋଲିସ ରାତି ଅଧିଆ ଯୁବମୋର୍ଚ୍ଚା କର୍ମୀଙ୍କୁ ଜେଲ୍ ପଠାଇ ଦେଲା । ସରକାରଙ୍କ ପ୍ରତି ଆନୁଗତ୍ୟ ଦେଖାଇ କିଛି ପୋଲିସ ଅଧିକାରୀ ପିଟିଲେ । ଆଇନ କଣ ସମସ୍ତଙ୍କ ପାଇଁ ସମାନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।

ଲୋୟର ପିଏମଜିରେ ବିଜେପି କର୍ମୀ-ପୋଲିସ ଖଣ୍ଡଯୁଦ୍ଧ ନେଇ ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଥିବା ବେଳେ ବିଜେଡି ମଧ୍ୟ ବିଜେପି ଉପରେ ଦୋଷ ଲଦିଛି । ପ୍ରେସମିଟ କରି ବିଜେଡି ଘଟଣାକୁ ଦୃଢ ନିନ୍ଦା କରିଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନାଁରେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକଳାପ ନେଇ କେନ୍ଦ୍ରମନ୍ତ୍ରୀ କାହିଁକି ନୀରବ ବୋଲି ପ୍ରଶ୍ନ କରିଛି ଦଳ । ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଦଳ କହିଛି, ଆକ୍ରମଣର ଶିକାର ହେବାରୁ ଆତ୍ମସୁରକ୍ଷା ଲାଗି କାର୍ଯ୍ୟାନୁଷ୍ଠାନ ନେଇଛି ।

ସେପଟେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ । କହିଛନ୍ତି ବିଜେଡି କେନ୍ଦ୍ରମନ୍ତ୍ରୀଙ୍କ ନାଁ କହୁନି କାହିଁକି । ତାଙ୍କ ନାଁ ଧରିବାକୁ ଏତେ ଡର କାହିଁକି । ଗୃହବିଭାଗ ଅଧୀନରେ ଏ ଘଟଣା ଘଟିଛି । ଏଣୁ ଏଥିରେ ଗୃହମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି ।

BJD BJP Odisha Politics
Advertisment
Advertisment