Advertisment

ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..

ଜଙ୍ଗଲ ସଫାରୀ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଆପଣ ଟିକେଟ ବୁକିଂ କରିପାରିବେ.. ଗୋଟିଏ ଓପନ ଜିପରେ ସୁରକ୍ଷା କର୍ମୀଙ୍କ ସହ ପର୍ଯ୍ୟଟକଙ୍କୁ ମିଶାଇ ୭ ଜଣ ଏକା ସାଙ୍ଗରେ ଯାତ୍ରା କରିପାରିବେ । ଅଢେଇ ଘଣ୍ଟାର ଗୋଟିଏ ଟ୍ରିପ ପାଇଁ ଅଫଲାଇନରେ ମାତ୍ର ୨୫୦୦ ଓ ଅନଲାଇନରେ ୨୬ ଶହ ୨୫ ଟଙ୍କା ଆପଣଙ୍କୁ ଦେବାକୁ ପଡିବ।

author-image
Sarbeswar
ଅଦ୍ୟତନ ହୋଇଛି
Jungle Safari In Odisha

ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..

କପିଳାସ ଅଭୟାରଣ୍ୟ ମଧ୍ୟରେ ସମୁଦ୍ର ପତ୍ତନଠାରୁ ୨୨ଶହ ଫୁଟ ଉଚ୍ଚରେ ରହିଛି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀୟୁଙ୍କ ପୀଠ । ଏଣିକି ଆପଣ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ସହିତ ଏକା ସଙ୍ଗରେ ଜଙ୍ଗଲ ସଫାରୀର ମଧ୍ୟ ମଜ୍ଜା ନେଇପାରିବେ। ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ଏହି ଜଙ୍ଗଲ ସଫାରୀ କପିଳାସ ନିକଟରୁ ଆରମ୍ଭ ହୋଇ ଅଭୟାରଣ୍ୟର ସୀମାନ୍ତ ଦେଇ ସୋରିଷିଆପଦା ପର୍ଯ୍ୟନ୍ତ କରାଯାଉଛି ।

Advertisment

୨୬ କିଲୋମିଟର ବ୍ୟାପ୍ତ ଏହି ସଫାରୀର ମଜ୍ଜା ନେବା ସମୟରେ ହରିଣ, ସମ୍ବର, କୁଟୁରା, ଗୟଳ ସହ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ହାତୀଙ୍କ ଚଳପ୍ରଚଳ ଦେଖିବାର ସୁଯୋଗ ମଧ୍ୟ ପାଇପାରିବେ । ସଫାରୀ ସମୟରେ ଢେଙ୍କାନାଳକଟକ ଜିଲ୍ଲା ର ଆଠଗଡ ବନଖଣ୍ଡ ମଧ୍ୟରେ ରହିଥିବା ବିନିକା ଠାରେ ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ଏକ ଚାରି ମହଲା ବିଶିଷ୍ଟ ୱ।ଚ୍ ଟାୱାର ମଧ୍ୟ ନିର୍ମାଣ କରାଯାଇଛି । ଏଇଠି ଆପଣଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଚା କଫି ସ୍ନାକ୍ସ ଆଦି ପରସାଯିବ..ୱ।ଚ ଟାୱାର ଉପରେ ରହି ନିକଟସ୍ଥ ପୋଖରୀକୁ ପାଣି ପିଇବାକୁ ଆସୁଥିବା ଅନେକ ପ୍ରଜାତିର ଜୀବଜନ୍ତୁଙ୍କୁ ଦେଖିବା ସହ ସେମାନଙ୍କ ଫଟୋସୁଟ୍ କରିବାର ମଉକା ମଧ୍ୟ ମିଳିବ ।

ଅଧିକ ପଢ଼ନ୍ତୁ: ‘ମୁଁ ଆଜି ଅଲୋଡା, ଜଙ୍ଗଲ ମୋର ନୂଆ ଠିକଣା... ’ : ଘୋଡ଼ା କହୁଛି ଦୁଃଖ କାହାଣୀ

Advertisment

ଜଙ୍ଗଲ ସଫାରୀ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଆପଣ ଟିକେଟ ବୁକିଂ କରିପାରିବେ.. ଗୋଟିଏ ଓପନ ଜିପରେ ସୁରକ୍ଷା କର୍ମୀଙ୍କ ସହ ପର୍ଯ୍ୟଟକଙ୍କୁ ମିଶାଇ ୭ ଜଣ ଏକା ସାଙ୍ଗରେ ଯାତ୍ରା କରିପାରିବେ । ଅଢେଇ ଘଣ୍ଟାର ଗୋଟିଏ ଟ୍ରିପ ପାଇଁ ଅଫଲାଇନରେ ମାତ୍ର ୨୫୦୦ ଓ ଅନଲାଇନରେ ୨୬ ଶହ ୨୫ ଟଙ୍କା ଆପଣଙ୍କୁ ଦେବାକୁ ପଡିବ।

ବର୍ଷ ତମାମ ଢେଙ୍କାନାଳ ଜିଲ୍ଲାର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ କପିଳାସକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି..କାରଣ ଏଠାକାର ଘଞ୍ଚ ଜଙ୍ଗଲ ବଣପାହାଡ ଘେରା ପ୍ରାକୃତିକ ସବୁଜିମା ଭିତରେ ଅବସର ବିନୋଦନର ମଜ୍ଜା କିଛି ନିଆରା..ଖାସ ସେଇଥିପାଇଁ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଓଡିଶାରେ ପ୍ରଥମକରି ଢେଙ୍କାନାଳ ଜିଲ୍ଲାରେ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି..

(ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)

Advertisment
Advertisment