• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗକୁ ଆସୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ୨ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରରେ ବିର୍ଲା ସ୍କୁଲ ଅଫ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ ‘ଅଭ୍ୟାନା’ । ଏଥିରେ ରାଜ୍ୟର ବିଶିଷ୍ଟ ମହିଳା ଓ ଯୁବତୀ ମାନଙ୍କ ସଫଳତାର ଯାତ୍ରା ସଂପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଟେଲିଭିଜନ ନେଟୱର୍କର ବିଜନେସ୍ ଡେଭେଲପମେଣ୍ଟ ଅଫିସର ଲିତିଶା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ସେମାନଙ୍କୁ ସଫଳତାର ମନ୍ତ୍ର ଶିଖାଇ ଥିଲେ । ଏଥିରେ ପାନେଲ ଡିସକସନ୍, କ୍ରିଏଟିଭ୍ କଣ୍ଟେଷ୍ଟ, କଲଚୁରାଲ ଇଭେଣ୍ଟ, ମୁଭି ସ୍କ୍ରିନିଂ ଆଦି କାର୍ଯ୍ୟକ୍ରମ ରହିଥିଲା ।