/odishatv-khabar/media/post_attachments/uploadimage/library/16_9/16_9_0/Rayagada_1677689864.jpg)
Rayagada
ସରକାର କରିପାରିଲେନି, ପ୍ରଶାସନ ହାର ମାନିଲା । ହେଲେ ନିଜ ମୁଣ୍ଡ ଖଟାଇ ସେହି କାମକୁ କରିଦେଖାଇଲେ ଜଣେ ଅଶିକ୍ଷିତ ଆଦିବାସୀ ଯୁବକ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଦୃଶ୍ୟ ଦେଖିଲେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ପାହାଡ ଉପରେ ଥିବା ଝରଣାରେ ମାଟି ଖୋଳି ସଂଗ୍ରହ କରାଯାଇ ରଖାଯାଇଛି ପାଣି । ସଂଗ୍ରହ ହେଉଥିବା ପାଣିକୁ ପାଇପ୍ ଓ ଲମ୍ବାକାଠ ସାହାଯ୍ୟରେ ତଳକୁ ନିଆଯାଉଛି । ପାହାଡ ତଳେ ପାଣି ପହଞ୍ଚିବା ପରେ କ୍ଷେତକୁ ମଡାଯାଉଛି। ଆଉ ଏଇ କ୍ଷେତରେ ପାଣି ମାଡିବା ପରେ ଛନଛନିଆ ପନିପରିବା ହେଉଛି ଚାଷ ।
ଅଧିକ ପଢ଼ନ୍ତୁ: କ୍ଷେତରେ ଫଳାଇଲେ ସୁନା ! ଦେଖିବାକୁ ଆସିଲେ କୃଷି ବିଜ୍ଞାନୀ
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଚାଂୟତ ହାଡିଆ ଗାଁରେ । ସ୍ଥାନୀୟ ଅଂଚଳର ଅନନ୍ତ କୁଲେସିକା । ବେଶି ପାଠ ପଢିନଥିବାରୁ ଚାଷବାସ କରି ପରିବାର ପୋଷନ୍ତି। ପାହାଡିଆ ଅଂଚଳ ହୋଇଥିବାରୁ ସବୁ ବେଳେ ଦେଖାଦିଏ ଜଳ ସମସ୍ୟା । କ୍ଷେତକୁ କେମିତି ପାଣି ମଡାଯିବ ସେନେଇ ପ୍ରଶାସନ ପାଖରେ ବାରମ୍ବାର ନେହୁରା ବି ହୋଇଛନ୍ତି ଅନନ୍ତ । ହେଲେ ପ୍ରଶାସନ କିଛି ଶୁଣିଲାନି। କ୍ଷେତରେ କେମିତି ସହଜରେ ପାଣି ମାଡି ପାରିବ ସେଇ ଚିନ୍ତା କରିକରି ଶେଷରେ ଏମିତି ଉପାୟ ଆପଣାଇଲେ । ୪୦ ହଜାର ଟଙ୍କା ଖର୍ଚ୍ଚ କରି ପାଣି ପାଇପ୍ ଓ କାଠକୁ ସବୁ ଏକତ୍ରୀତ କଲେ। ପାଖାପାଖି ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ପାହାଡ ଉପରୁ ଏବେ ନିଜ କ୍ଷେତରେ ପହଞ୍ଚାଇପାରିଲେ ପାଣି ।
ନିଜ ବୁଦ୍ଧି ଖଟାଇ ଦୀର୍ଘ ଦୁଇକିଲୋମିଟର ପାହାଡ ଉପରୁ ପଥର ସବୁ କାଟି ଝରୁଥିବା ପାଣିକୁ ସଂଗ୍ରହ କଲେ ଆଉ ସେହି ପାଣିକୁ ଏବେ ନିଜ କ୍ଷେତରେ ମଡାଇ ଫଳାଉଛନ୍ତି ସୁନାର ଫସଲ । ଦର୍ଶକବନ୍ଧୁ ଆମେ ଅନେକ ସମୟରେ ଦେଖିଛନ୍ତି ପାଣି ପାଇଁ ଚାଷ ନଷ୍ଟ ହେଉଛି । କିନ୍ତୁ ଏମିତି ବିଷମ ସ୍ଥିତିରେ ନିଜ ବୁଦ୍ଧିକୁ ଖଟାଇ ପାହାଡ ଉପରୁ ପାଣି ଆଣି ପ୍ରଶାସନ ଗାଲରେ ଶକ୍ତ ଚାପୁଡା ମାରିଛନ୍ତି ଅନନ୍ତ...।
(ରାୟଗଡାରୁ ମଉଡି ବାରିକଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)