• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra
ସୋସିଆଲ ମିଡିଆରେ ଯୁକ୍ତ ୨ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି, ସାଇବର ଥାନାରେ ଏନେଇ ଏତଲା ଦିଆଯାଇଛି । କିଛି ଲୋକ ଦଲାଲି କରିବା ପାଇଁ ନକଲି ପ୍ରଶ୍ନପତ୍ରକୁ ସୋସିଆଲ ମିଡିଆ ରେ ଭାଇରାଲ କରୁଛନ୍ତି । ତେବେ ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ, ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ ପରାମର୍ଶ ଦୋଇଛନ୍ତି ।
 
ଶିକ୍ଷାବିଭାଗରେ ଖାଲି ପଦବୀ ପୂରଣ ପ୍ରସଙ୍ଗରେର ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଏବଂ ହାଇସ୍କୁଲ ମିଶାଇ ପାଖାପାଖି ୪୦ ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଦିଆଯାଇଛି । ସିବିଟି ମାଧ୍ୟମରେ ଚୟନ କରାଯିବ । ସେପଟେ ଆଜିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ, ସହଯୋଗ କରିଥିବାରୁ ଅଧ୍ୟାପକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ । ରମାଦେବୀ ବିଶ୍ୱବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ମନ୍ତ୍ରୀ ।
 
ଏଥର ପ୍ରାୟ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଉଛନ୍ତି । କଳାରେ ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର ୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଉଛନ୍ତି । ଆଜି ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ । ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।