Advertisment

Dahibara Aloodum Divas : ଜାଣନ୍ତୁ, ଟ୍ୱିନ୍ ସିଟିର କେଉଁଠି ମିଳେ ଟେଷ୍ଟି ଦହିବରା ଆଳୁଦମ୍...

ଦହିବରା ଆଳୁଦମର ସ୍ୱାଦ ନିଆରା। ପ୍ଲେଟ୍‌ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ନାଳ ଆସିଯିବଣି। ଆଜି ମାର୍ଚ୍ଚ ୧ ତାରିଖ ଅନ୍ତର୍ଜାତୀୟ ଦହିବରା ଆଳୁଦମ ଦିବସ ଉପଲକ୍ଷେ ଆମେ ଟ୍ୱିନ୍ ସିଟିର ଏମିତି କିଛି ଜାଗାର ନାଁ କହିବା ଯେଉଁଠିକୁ ଆପଣ ଯାଇ ସୁସ୍ୱାଦୁ ଦହିବରା ଆଳୁଦମର ମଜ୍ଜା ନେଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
International Dahibara Aloodum Divas 2023

International Dahibara Aloodum Divas 2023

ଜଗନ୍ନାଥଙ୍କ ଭୂମି ଓଡିଶା ନିଜ ଆଧ୍ୟାତ୍ମିକ ମହତ୍ୱ ଓ ଆକର୍ଷଣୀୟ ଖାଦ୍ୟ ନେଇ ଦେଶ ବିଦେଶରେ ପ୍ରସିଦ୍ଧ। ସେଥିମଧ୍ୟରୁ ଦହିବରା ଆଳୁଦମର ସ୍ୱାଦ ନିଆରା। ପ୍ଲେଟ୍‌ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ଲାଳ ଆସିଯିବଣି ଆଉ ମନ ହେବଣି କେଉଁଠିକୁ ଗୋଟେ ଯାଇ ଗୋଟେ-ଦି’ ପ୍ଲେଟ୍ ଖାଇଦେବା ପାଇଁ।

Advertisment

ଆଜି ଅନ୍ତର୍ଜାତୀୟ ଦହିବରା ଆଳୁଦମ ଦିବସ ଉପଲକ୍ଷେ ଆମେ ଟ୍ୱିନ୍ ସିଟିର ଏମିତି କିଛି ଜାଗାର ନାଁ କହିବା ଯେଉଁଠିକୁ ଆପଣ ଯାଇ ସୁସ୍ୱାଦୁ ଦହିବରା ଆଳୁଦମର ମଜ୍ଜା ନେଇପାରିବେ। ଆସନ୍ତୁ ସେ ସବୁ ଜାଗା ଜାଣିନେବା।

ପ୍ରତାପ ଦହିବରା:

କଟକ ମଙ୍ଗଳାବାଗ ସ୍ଥିତ ବାଘମଙ୍ଗଳା ମନ୍ଦିର ନିକଟରେ ଥିବା ପ୍ରତାପ ଭାଇଙ୍କର ଦହିବରା ଯିଏ ଥରେ ଖାଇଛି ସେ ହିଁ ଜାଣିଛି ତାର ଅସଲ ସ୍ୱାଦ। କଟା ପିଆଜ ଓ ଘର ତିଆରି ସେଓ ପଡିଥିବା ଦହିବରା ଖାଇଲେ ଇଚ୍ଛା ହେବ ଆଉ ଥରେ ଖାଇବାକୁ। ପ୍ରତାପ ଭାଇଙ୍କ ନିଆରା ଚର୍ଚ୍ଚିତ ଦହିବରା ଖାଇବାକୁ କଟକ ତଥା କଟକ ବାହାରୁ କାଇଁ କେତେ ଲୋକ ଆସିଥାନ୍ତି। ଥରେ ଖାଇଲେ ଆପଣ ପ୍ରତାପ ଭାଇଙ୍କୁ ଭୁଲି ପାରିବେ ନାହିଁ।  

Advertisment

ପ୍ରତାପ ଭାଇଙ୍କ ଠେଲାଗାଡ଼ି ହାଜର ହେଉ ହେଉମାତ୍ର ଘଣ୍ଟାକ ଭିତରେ ଖତମ୍ ହୋଇଯାଏ ସବୁତକ ଦହିବରା ଆଳୁଦମ । ପିଆଜ କଟା ମସଲା ବଟା ତ ସମସ୍ତେ ଜାଣନ୍ତି, କିନ୍ତୁ ଭାଇଙ୍କ ହାତର ଯାଦୁ ହିଁ ନିଆରା । ଠିକ୍ ଭାଗମାପରେ ସେ ତିଆରିଥିବା ଆଳୁଦମ୍ ଓ ଦହିବରା ଏହାର ସ୍ୱାଦ ଯିଏ ପାଇଛିତାର ମଜା ସିଏ ଜାଣିଛି।

Pratap Dahibara Aloodum(A1 ପ୍ରତାପ ଦହିବରା)

ବାବୁଲି ଦହିବରା:

ଯଦି ଆପଣ କଟକ ର ସେଲଟର୍ ଛକ ପାଖାପାଖି ରହୁଛନ୍ତି କିମ୍ବା ଏପଟେ କୌଣସି କାମରେ ଆସିଛନ୍ତି ତେବେ ବାବୁଲି ଦହିବରାକୁ କେବେ ବି ମିସ୍ କରିବେ ନାହିଁ। ବାବୁଲି ଭାଇଙ୍କ ଦହିବରାର ସ୍ୱାଦ ଯିଏ ଖାଇଛି ସିଏ ଜାଣିଛି।

ବାବୁଲି ଭାଇ ତାଙ୍କର ନିଆର ଦହିବରା ପ୍ରସ୍ତୁତି ଲାଗି ଜାତୀୟ ସ୍ତରର ପ୍ରଶଂସାପତ୍ର ଲାଭ କରିଛନ୍ତି। ତାଙ୍କର ମସଲାଯୁକ୍ତ ଦହିବରା ଆଳୁଦମ ଯୋଗୁଁ ସେ ନ୍ୟାସ୍‌ନାଲ୍‌ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ୍ ପୁରସ୍କାର ପାଇଛନ୍ତି। ତାଙ୍କ ଦହିବରାର ତାଜା କଟା ପିଆଜ ଆଉ ଲଙ୍କା ଗୁଣ୍ଡ ସ୍ୱାଦକୁ ନିଆରା କରିଥାଏ।|

ତ୍ରିନାଥ ଦହିବରା:

Trinath Dahibara(ତ୍ରିନାଥ ଦହିବରା)

କଟକର କନିକା ଛକ ଆଡେ ଗଲେ ଭେଟ ହୁଅନ୍ତି ତ୍ରିନାଥ ଭାଇ ଆଉ ତାଙ୍କ ସୁସ୍ୱାଦୁ ଦହିବରା। ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏ ଆଖିରୁ ଲୁହ ନଆସିବା ଯାଏ ରାଗଯୁକ୍ତ ଦହିବରା ଖାଇବାର ମଜ୍ଜା ନିଅନ୍ତି ତେବେ ଆପଣଙ୍କ ପାଇଁ ଏହି ଯାଗା ଠିକ୍। ଏଠାରେ ଆପଣ ଛୋଟ ଛୋଟ ସେଉ ସାଙ୍ଗକୁ ଗ୍ରେଭି ଆଳୁଦମର ମଜ୍ଜା ନେଇପାରିବେ।

ରଘୁ ଦହିବରା:Raghu Dahibara(ରଘୁ ଦହିବରା)

ଯଦି ଆପଣ ଜଣେ ଦବିବରା ପ୍ରେମୀ, ଆଉ କଟକର ବିଡାନାସୀର ବନ୍ଧଛକରେ ବସୁଥିବା ରଘୁ ଭାଇଙ୍କ ଦହିବରା ଖାଇ ନାହାନ୍ତି ତେବେ ଆପଣ କି ଦହିବରା ପ୍ରେମୀ! ରଘୁ ଦହିବରା ଏକ ବ୍ରାଣ୍ଡ୍ କହିଲେ କମ୍ ହେବନି। ଏଥିରେ ଆପଣ କମ୍ ମସଲା ପାଇବେ ସତ କିନ୍ତୁ ଜବରଦସ୍ତ ସ୍ୱାଦରେ ଏହା ଭରପୂର। ଥରେ ଖାଇଲେ ଆପଣ ରଘୁ ଭାଇଙ୍କୁ ଭୁଲି ପାରିବେ ନାହିଁ।

ସୋମୁ ଦହିବରା:Somu Dahibara Aloodam(ସୋମୁ ଦହିବରା ଆଳୁଦମ)

କଟକ ର ବାରବାଟି ଷ୍ଟାଡିୟମ ସାମ୍ନାରେ ଦୀର୍ଘ ୨୬ ବର୍ଷ ହେଲା ଲୋକଙ୍କୁ ନିଜ ହାତ ତିଆରି ସୁସ୍ୱାଦୁ ଦହିବରାରେ ମୋହିତ କରୁଛନ୍ତି ସୋମୁ ଭାଇ। ବାପ ଝିଅ ଦହିବରା କହିଲେ ସୋମୁ ଭାଇଙ୍କ ଦହିବରାକୁ ହିଁ ବୁଝାଏ। ଏଠାରେ ବାପା ସୁଶିଲ୍ କୁମାର ଦାସଙ୍କ ସହ ମିଶି ଝିଅ ରୂପଶ୍ରୀ ଦହିବରା ବିକ୍ରି କରନ୍ତି।

ରମେଶ ଭାଇ ଦହିବରା ଆଳୁଦମ୍:

କଟକର ସିଡିଏ ସେକ୍ଟର ୬ର ରମେଶ ଭାଇଙ୍କ ଆଳୁଦମ ଦହିବରା ବି କେଉଁ ଗୁଣରେ କମ୍ ନୁହେଁ। ଏଠାରେ ଆପଣ ଗରମ ଗରମ ଘୁଗୁନି ସାଙ୍ଗକୁ ଦୁଇ ପ୍ରକାର ରସାଳ ଦହିବରା(ଖଟା ଓ ମିଠା)ର ମଜ୍ଜା ନେଇପାରିବେ। ଖଟାଳିଆ ଦହିବରା ସାଙ୍ଗକୁ ଗରମା ଗରମ ଘୁଗୁନି ବା ଆଳୁଦମ ପ୍ରକୃତରେ ଏକ ନିଆରା ସ୍ୱାଦ ଦେଇଥାଏ।

ଇଶ୍ୱର ଦହିବରା:

Iswar Dahibara(ଇଶ୍ୱର ଦହିବରା)

ପ୍ରତ୍ୟେକ ସ୍ଥାନୀୟ ଲୋକେ ଇଶ୍ୱର ଭାଇଙ୍କ ଦହିବରା ଆଳୁଦମର ସ୍ୱାଦ ଜାଣନ୍ତି। ତାଙ୍କ ଦହିବରା କଥା ମନେପଡିଗଲେ ପାଟିରୁ ଆପେ ଆପେ ଲାଳ ଗଡିଯାଏ।

ଏହି ଦହିବରା ଏତେ ନରମ ଯେ ପାଟିରେ ରଖୁ ରଖୁ ମିଳେଇ ଯିବ। ଏଠାରେ ଆପଣ ଉଭୟ ଖଟା ମିଠା ଦହିବରାର ସ୍ୱାଦ ନେଇ ପାରିବେ। କଟକର ବିଜୁ ପଟ୍ଟନାୟକ କଲୋନୀ ଆଡେ ଗଲେ ଆପଣ ଈଶ୍ୱର ଭାଇଙ୍କ ଦହିବରାର ମଜ୍ଜା ନେଇପାରିବେ।

ମିଟୁ ଭାଇ ଦହିବରା ଆଳୁଦମ୍:

ଯଦି ଆପଣ ଭୁବନେଶ୍ୱରରେ ରୁହନ୍ତି ତେବେ ସତ୍ୟନଗର ଆଡେ ଆସନ୍ତୁ। ଏଠାରେ ଆପଣ ମିଟୁ ଭାଇଙ୍କ ଦହିବରା ଆଳୁଦମର ସ୍ୱାଦ ନେବେ। ଏଠାରେ ଆପଣ ଖାଲି ମିଠା ଦହିବରା, ଆଳୁଦମ ଓ ଖଟା ଦହିବରାର ମଜ୍ଜା ନେଇପାରିବେ।

ସାହୁ ଦହିବରା:

ରସୁଲଗଡରେ ଆପଣ ସାହୁ ଭାଇଙ୍କ ଦହିବରାର ମଜ୍ଜା ନେଇ ପାରିବେ। ଏହାର ମଧ୍ୟ ସ୍ୱାଦ ନିଆରା।

Dahibara Aloodum
Advertisment
Advertisment