ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ ଅଲଗା ଅଲଗା। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏଇ କଂଚା ବୟସରେ ନିଜର ରାଜନୈତିକ ପଟୁତା ପାଇଁ ଲୋକଙ୍କ ଭିତରେ ଚର୍ଚ୍ଚାରେ ରହୁଥିବା ବେଳେ, ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ନିଜର ପ୍ରେମ ଜନିତ ବିବାଦ ପାଇଁ ଏବେ ଚର୍ଚ୍ଚାରେ ରହୁଛନ୍ତି।
‘ସତରେ ବିଷ୍ଣୁ ଭାଇ ! ଏହି ପୁସ୍ତକର ମଲାଟରେ ଆପଣ ଜଳୁଛନ୍ତି, ଏକଦମ୍ ଜୀବନ୍ତ ଲାଗୁଛନ୍ତି । ଯେମିତି ଆଗରୁ ଥିଲେ। ଏବେ ବି ଆପଣ ଅଗଣିତ ଶୁଭେଚ୍ଛୁଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି ଓ ରହିଥିବେ ଚିରକାଳ। ଆପଣଙ୍କ ଭଳି ପରୋପକାରୀ ଦରଦୀ ମଣିଷ ଏ ଦୁନିଆରେ ମିଳିବା କଷ୍ଟ।’ ଆଜି ବିରୋଧୀ ଦଳ ଉପନେତା ତଥା ବିଶିଷ୍ଟ ଲେଖକ ବିଷ୍ଣୁ ସେଠୀଙ୍କ ଆଜି ଏକାଦଶାହରେ ଏମିତି ସ୍ମୃତି ଚାରଣ କରିଛନ୍ତି ବନ୍ଧୁ, ଶୁଭେଚ୍ଛୁ ତଥା ‘ଲେଖାଲେଖି’ର ସମ୍ପାଦକ ଇଂ ପ୍ରଦୀପ୍ତ ବେଉରା।
ଗତକାଲି ବିଳମ୍ବିତ ରାତିରେ ନିଜର ଜନ୍ମମାଟି ତିହିଡି ବ୍ଲକ ମଙ୍ଗରାଜପୁର ଗାଁରେ ବିଧାୟକ ବିଷ୍ଣୁ ସେଠୀଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ ।
ଓଡ଼ିଶା ରାଜନୀତିରେ ବିରାଟ ଶୂନ୍ୟସ୍ଥାନ । ଜଣେ ଲଢୁଆ ବିଧାୟକଙ୍କ ଦେହାବସାନ । ଏକ ଶାଣିତ ସ୍ୱରର ଅବସାନ ଘଟିଛି । ଧାମନଗର ବିଜେପି ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି ।
ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୬୧ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଟାଣୁଆ ସରକାର ବିରୋଧୀ ନେତା ଥିଲେ। ସଚିବାଳୟ ହେଉ ବା ହେଉ ସାମ୍ବାଦିକ ସମ୍ମିଳନୀ, ସମସ୍ତଙ୍କୁ ମୁହଁତୋଡ ଜବାବ ଦେଉଥିଲେ। ପ୍ରତିଟି ପ୍ରଶ୍ନର ଉତ୍ତର ଥାଏ ତାଙ୍କ ଜିଭ ଅଗରେ। ସେ ପୁଣି ସିଧାସିଧା। ଆଜି ତାଙ୍କ ଆବର୍ତ୍ତମାନରେ ମନେପଡେ ସେଇ ପ୍ରଶ୍ନ ଆଉ ଉତ୍ତର।
ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଷ୍ଣୁ ସେଠୀ ପିଲା ବେଳୁ ମା’ଙ୍କୁ ହରାଇଥିଲେ। ବାପା ଗୟାଧର ସେଠୀ ତାଙ୍କୁ ମଣିଷ କରିଥିଲେ
ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କଠୁ ଆରମ୍ଭ ବିଭିନ୍ନ ପାର୍ଟିର ନେତା ଓ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।
ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍ ସ୍ୱିପ୍ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁ ନାହାନ୍ତି.. ଏନେଇ ବିଧାୟକ ବିଷ୍ଣୁ ସେଠୀ କଣ କହୁଛନ୍ତି ଶୁଣନ୍ତୁ..
'ବିଜେଡି ଗୋଟେ ବାହୁବଳୀ ଦଳ। ଏ ଦଳ ଆଗେ କହୁ ଗ୍ଯାସ୍ ଓ ପେଟ୍ରୋଲରୁ କେତେ ଲୁଟୁଛି। ବିଜେଡି କଣ ଭଗବାନ କି?'