ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ‘ତୁମେ ମୋର ଭଲ ବନ୍ଧୁ’ ବୋଲି ବାରମ୍ବାର କହିବାର ଅର୍ଥ କ’ଣ ହୋଇପାରେ ? ହୁଏତ ବନ୍ଧୁତ୍ୱ ଉଜୁଡି ଯାଇଛି । କିମ୍ବା ବନ୍ଧୁତ୍ୱ ଉଜୁଡି ଯିବାର ଆଶଙ୍କା ଭୟଭୀତ କରି ଦେଇଛି । ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ପାକିସ୍ତାନ-ଚୀନ ବନ୍ଧୁତ୍ୱର ଏତେ ବେଶି ପ୍ରଚାର କରିବା ହୁଏତ ରୁଷିଥିବା ଚୀନକୁ ମନେଇବା ପାଇଁ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି ।
ଭାରତ ବିରୋଧରେ ପାଲଟା ଶୁଳ୍କ ଲଗାଇବା ବେଳେ କୋହଳ ହୋଇଥିବା କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଶୁଳ୍କ ଆମେରିକା ଲଗାଇବ। ସେହିପରି ଚୀନ୍ ଉପରେ ୩୪% ଶୁଳ୍କ ଲାଗୁ କରାଯାଇଛି।
ସୁନୀତା ୱିଲିୟମ୍ସଙ୍କ ଏପରି ସଫଳତା ଦେଖି ତାଙ୍କ ପରି ମହାକାଶଚାରୀ ବା ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଏଥିପାଇଁ ପରିଶ୍ରମ, ପାଠ ଏବଂ ପ୍ରତିବଦ୍ଧତା ଦରକାର । ଯଦି ଏହି ତିନୋଟି ଜିନିଷ ରହିଛି ତେବେ ଆପଣ ବି ଚାହିଁଲେ ଆଷ୍ଟ୍ରୋନଟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚି ପାରିବେ । ଜହ୍ନ ରାଇଜରେ ବୁଲି ପାରିବେ ।
ଆମେରିକାରେ ଜମିଲା ଓଡ଼ିଆ ପରମ୍ପରା। ସମ୍ୱଲପୁରୀ ଓ ଓଡ଼ିଶୀର ତାଳେ ତାଳେ ଝୁମିଲେ ଦର୍ଶକ। ବିଦେଶୀ କଳାକାର ମାନଙ୍କ ଦ୍ୱାରା ଭାରତୀୟ ଗୀତରେ ବେଲା ଡିଭା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
ଆମେରିକା ୟେମେନ ଉପରେ ଏୟାର ଷ୍ଟ୍ରାଇକ କରିଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୦୧ରୁ ଅଧିକ ଆହତ ହୋଇଛନ୍ତି। ୟେମେନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ନାଗରିକ ରହିଥିବା ଜଣାପଡିଛି। ସାଦାର ଉତ୍ତର ପ୍ରଦେଶରେ ଆକ୍ରମଣ ସମୟରେ ୪ ଜଣ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି।
ବିଶ୍ୱର ବିଶିଷ୍ଟ ଧନୀ ବ୍ୟକ୍ତି ତଥା ଆମେରିକାର ସରକାରୀ କାର୍ଯ୍ୟଦକ୍ଷତା ବିଭାଗ (DOGE) ମୁଖ୍ୟ ଏଲନ୍ ମସ୍କ କହିଛନ୍ତି, ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ( ପୂର୍ବର ଟ୍ୱିଟର )କୁ ହୋଇଥିବା ବଡ ଧରଣର ସାଇବର ଆଟାକ୍ ୟୁକ୍ରେନ ଦେଶରୁ ହିଁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମ ସାରା ବିଶ୍ୱରେ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।
ଯେତେବେଳେ ଋଣଗ୍ରସ୍ତ ଦେଶ କଥା ଆସେ, ସମସ୍ତେ ଭାବନ୍ତି କେବଳ ଗରୀବ ଓ ଦୁର୍ବଳ ଦେଶଗୁଡିକ ହିଁ ଋଣଗ୍ରସ୍ତ ରହିଥିବେ । କିନ୍ତୁ ଦେଶର ୧୦ଟି ସବୁଠୁ ଋଣ କରିଥିବା ଦେଶ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପିଏମ୍ ମୋଦି । ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ଆମେରିକାର ୯୦ ପ୍ରତିଶତ ଏୟାର କଣ୍ଟ୍ରୋଲର ଫ୍ୟାସିଲିଟିରେ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଆମେରିକାରେ ସମୁଦାୟ ୩୧୩ଟି ଏୟାର ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟି ରହିଥିବା ବେଳେ ଏଥି ମଧ୍ୟରୁ ୨୮୫ଟିରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି।
ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଦେଖିବା ପାଇଁ ୨ ଲକ୍ଷ ୨୦ ହଜାର ଟିକେଟ୍ ବିକ୍ରି ହୋଇସାରିଛି। ଟିକେଟ୍ ନଥିବା ଦର୍ଶକ ନ୍ୟାସନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ।
ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।
୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ବନିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ।
ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଜିତିଥିବା ଉମାସୋଫିଆ ଶ୍ରୀବାସ୍ତବ ତାଙ୍କ ଟାଇଟଲ୍ ଛାଡି ଦେଇଛନ୍ତି। ଏହି ସୂଚନା ମିସ୍ ୟୁଏସ୍ଏ ୨୦୨୩ ନୋଏଲିୟା ଭୋଇଗଟ୍ ଦ୍ୱାରା ନିଜ ଟାଇଟଲ୍ ଛାଡିବାର ଦୁଇ ଦିନ ପରେ ଆସିଛି।
ଆସନ୍ତା ଅକ୍ଟୋବରରେ ଏହାର ଉଦଘାଟନ ହେବାର ଅଛି । ଭାରତୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ଏହା ପରିପୂର୍ଣ୍ଣ ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ। ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ ।
ବ୍ରହ୍ମପୁର କୁକୁଡ଼ାଖଣ୍ଡି ଗୁଣ୍ଠବନ୍ଧ ଗାଁର ଯୁବକ ସାଗର କୁମାର ପାତ୍ର । ୨୦୧୧ ମସିହାରୁ ଘର କି ଗାଁରେ ଘରଚଟିଆ ଦେଖିବାକୁ ପାଇଲେନି ସାଗର । କିନ୍ତୁ କାହିଁକି ହଠାତ୍ ଏଇ ଛୋଟିଆ ଚଢେଇ ଉଭାନ ହୋଇଗଲେ ସେନେଇ ଆରମ୍ଭ କରିଦେଲେ ଗବେଷଣା । ଇଣ୍ଟରନେଟ୍ରୁ ଜାଣିବାକୁ ପାଇଥିଲେ କେମିତି ଓ କେଉଁ ସବୁ ସ୍ଥାନରେ ଘର କରି ରୁହନ୍ତି ଘରଚଟିଆ । ବାସ୍ ନିଜସ୍ୱ ଉଦ୍ୟମରେ କୁତ୍ରିମ ଘର କରିବା ସହିତ ମାଟି ହାଣ୍ଡି, ପ୍ଲାଇ ବକ୍ସ, ଲାଉ ତୁମ୍ବାରେ ତିଆରି କରିଥିଲେ କୃତ୍ରିମ ଘର।
ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।
ଯେଉଁ ବୟସରେ ପିଲାମାନେ ଖେଳ ଓ ମୋବାଇଲରେ ମାତିଥାନ୍ତି, ସେହି ବୟସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଦୁଇ କୁନି ପିଲା। ଏମାନେ ହେଲେ ଆମେରିକାରେ ଭାରତୀୟ ଭାଇ-ଭଉଣୀ ଇଶାନ୍ ଠକ୍କର ଓ ଅନନ୍ୟା ଠକ୍କର ।
ଅଳିଆ ହେଲା କାଳ । ଆବର୍ଜନାରେ ଖେଳୁ ଖେଳୁ ଶିଶୁଟିର ମସ୍ତିଷ୍କରେ ପଶିଗଲା ପୋକ । ଆମେରିକା ସ୍ଥିତ ଟେକ୍ସାସ୍ର ଆର୍ଲିଙ୍ଗଟନ୍ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଗୋଟିଏ ଛୁଆର ମସ୍ତିଷ୍କରେ ଏକ ପୋକ ପଶିଯିବାରୁ ତାର ମୃତ୍ୟୁ ଘଟିଛି । ଏହି ପୋକଟି ଶିଶୁଟିର ଖପୁରୀ ମଧ୍ୟରେ ପ୍ରବେଶ କରି ମସ୍ତିଷ୍କ ମଧ୍ୟରେ ଥିବା ସବୁକିଛି ଅଂଶକୁ ଖାଇକି ଖୋଳ କରିଦେଇଥିଲା ।
୨୪ରେ ବାଇଡେନ ମୋଦି ସାକ୍ଷାତକାର।୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଇଡେନ୍ଙ୍କ ସହ ତାଙ୍କର ୨୪ ରେ ସାକ୍ଷାତକାର ହେବ୍।ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ବାଇଡେନ୍ଙ୍କ ସହ ଆଲୋଚନା କରିପାରନ୍ତି ମୋଦି।
ଆମେରିକାର କୁଖ୍ୟାତ ଡକାୟତ ବିଲି ଦ କିଡଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ବନ୍ଧୁକ ୪୪.୩୧ କୋଟି ଟଙ୍କାରେ ନିଲାମ କରାଯାଇଥିଲା । ଏପର୍ଯ୍ୟନ୍ତ ନିଲାମ ହୋଇଥିବା ବନ୍ଧୁକ ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ମୂଲ୍ୟର ବନ୍ଧୁକ ।
ୱାଶିଂଟନ: ବିଶ୍ୱରେ କରୋନା ଭାଇରସ୍ ବ୍ୟାପିବା ନେଇ ଚୀନ୍କୁ ପୁଣିଥରେ ଦାୟୀ କରିଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କରୋନାକୁ ‘କୁଙ୍ଗ୍ ଫ୍ଲୁ’ କହି ଚୀନକୁ ତେର୍ଛା ଟାର୍ଗେଟ୍ କରିଛନ୍ତି। ଶନିବାର ତାଙ୍କର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଟୁଲ୍ସା ଓକ୍ଲାହୋମାରେ ରାଲିରେ କରିଛନ୍ତି ଟ୍ରମ୍ପ। ଏହି ଅବସରରେ ଲୋକଙ୍କୁ ସମ୍ବୋଧନ କରି କରୋନା କୁ ସେ ‘କୁଙ୍ଗ୍ ଫ୍ଲୁ’ ନାମକରଣ କରିପାରିବେ ବୋଲି କହିଛନ୍ତି ଟ୍ରମ୍ପ। ଉହ୍ୱାନ୍ରୁ ଏହି ଭାଇରସ୍ […]