• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଖ୍ୟମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନବ ଦାସ ହତ୍ୟା ମାମଲାରେ ଗୃହରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିବା ଅଭିଯୋଗ କରି ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ।

କୋର୍ଟ ମନିଟର୍ଡ ତଦନ୍ତ ଜୁଡିସିଆଲ ଅର୍ଡର ନୁହେଁ କହିଛନ୍ତି ନରସିଂହ । ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତି ନେଇ ଗୃହକୁ ବିଭ୍ରାନ୍ତ କରାଯାଇଛି । ଏହା ସ୍ୱାଧୀକାର ଭଙ୍ଗ କିମିଟି କି ଯାଉ । ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଏନେଇ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ନରସିଂହ । ଏପଟେ ନୋଟିସ ପାଇଥିବା କହି ଅନୁଧ୍ୟାନ କରାଯାଉଛି କହିଛନ୍ତି ବାଚସ୍ପତି ।

ଅଧିକ ପଢ଼ନ୍ତୁ: ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୋଲିସର ଆକ୍ରମଣ, ଧର୍ମେନ୍ଦ୍ର କହିଲେ ଏହା ଅଶୋଭନୀୟ

ସେପଟେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହକୁ ଠିକ୍ ତଥ୍ୟ ଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ ଆହୁରି କହିଛନ୍ତି ସରକାରଙ୍କ ଉତ୍ତରରେ ସାମଞ୍ଜସ୍ୟ ରହୁନି । ଷଡ଼ଯନ୍ତ୍ର କଣ ରହିଛି ତାହା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ନଥିବାବେଳେ, ଗୃହ ରାଷ୍ଟ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଷଡ଼ଯନ୍ତ୍ର କଥା ଉଲ୍ଲେଖ କରିଛନ୍ତି । କିନ୍ତୁ ଲଗା ଯାଇଥିବା ଦଫାରେ ଷଡ଼ଯନ୍ତ୍ର କଥା ଉଲ୍ଲେଖ ନାହିଁ । ଏଥିରୁ ସରକାର ଭିତରେ ଥିବା ଦ୍ୱନ୍ଦ ପଦାରେ ପଡ଼ିଛି । ନବ ଦାସଙ୍କ ହତ୍ୟାକାଣ୍ଡରେ ସରକାର ବହୁ କଥା ଲୁଚାଉଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଛି ବୋଲି କହିଛନ୍ତି ଜୟନାରୟଣ । ତେବେ ଏନେଇ ଶାସକ ଦଳର ପ୍ରତିକ୍ରି଼ୟା ମିଳିପାରି ନାହିଁ ।